ମାର୍ଚ୍ଚ ୨୫ରେ ଶପଥ ନେବେ ଯୋଗୀ ଆଦିତ୍ୟନାଥ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଏଥର ଭାରତୀୟ ଜନତା ପାର୍ଟି ବାଜି ମାରିଛି । ସେପଟେ ମାର୍ଚ୍ଚ ୨୫ ତାରିଖ ଅପରାହ୍ନ ୪ଟାରେ ଯୋଗୀ ଆଦିତ୍ୟନାଥଙ୍କ ଶପଥ ଗ୍ରହଣ ମହୋତ୍ସବ ହେବାକୁ ଯାଉଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଶପଥ ଗ୍ରହଣ ସମାରୋହ ରାଜଧାନୀର ଶହିଦ୍ ପଥରେ ଅବସ୍ଥିତ ଅଟଳ ବିହାରୀ ବାଜପେୟୀ ଏକାନା ଷ୍ଟାଡିୟମରେ ଆୟୋଜିତ ହେବ। ବିଜେପି ସୂତ୍ର ଅନୁଯାୟୀ, ଏହାପୂର୍ବରୁ ମାର୍ଚ୍ଚ ୨୧ ରେ ବିଜେପି ବିଧାନସଭା ବୋର୍ଡର ନେତା ନିର୍ବାଚିତ ହେବେ। ଅନ୍ୟପଟେ ଶପଥ ଗ୍ରହଣ ପରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ।

ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନାଡାଙ୍କ ସମେତ ବରିଷ୍ଠ ବିଜେପି ନେତାମାନେ ଯୋଗଦେବେ ବୋଲି ସୂଚନା ମିଳିଛି । ଏହା ବ୍ୟତୀତ ଅନ୍ୟ ବିଜେପି ଶାସିତ ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏହି କାର‌୍ୟ୍ୟକ୍ରମରେ ଯୋଗଦେବେ । ଏହା ସହ ବିରୋଧୀ ଦଳର ବରିଷ୍ଠ ନେତାମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ ।

Related Posts