ଭୋଟ୍ ଚୋରି ଅଭିଯୋଗକୁ ଅନୁପ୍ରବେଶକାରୀଙ୍କ ସହ ଯୋଡ଼ିଲେ ଅମିତ ଶାହ; ବାଦ୍ ପଡ଼ିଥିବା ପ୍ରକୃତ ଭୋଟରଙ୍କ ହିସାବ ଦେବ କିଏ?
ସତ୍ୟପାଠ | ନୂଆଦିଲ୍ଲୀ | ୨୩ ଅକ୍ଟୋବର ୨୦୨୬: ଭୋଟ୍ ଚୋରି ଅଭିଯୋଗକୁ ପୁଣି ଅନୁପ୍ରବେଶକାରୀ ପ୍ରସଙ୍ଗ ସହ ଯୋଡ଼ିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ…
ସତ୍ୟପାଠ | ନୂଆଦିଲ୍ଲୀ | ୨୩ ଅକ୍ଟୋବର ୨୦୨୬: ଭୋଟ୍ ଚୋରି ଅଭିଯୋଗକୁ ପୁଣି ଅନୁପ୍ରବେଶକାରୀ ପ୍ରସଙ୍ଗ ସହ ଯୋଡ଼ିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ…
ସତ୍ୟପାଠ | ଭୁବନେଶ୍ୱର | ୨୨ ଅକ୍ଟୋବର ୨୦୨୬: ମୁମ୍ବାଇରେ ନିବେଶକଙ୍କ ପାଇଁ ରେଡ୍ କାର୍ପେଟ୍। ଓଡ଼ିଶ…
ସତ୍ୟପାଠ | ଭୁବନେଶ୍ୱର | ୨୨ ଅକ୍ଟୋବର ୨୦୨୬: ଓଡ଼ିଶାରେ ଯୁକ୍ତଦୁଇ ପରୀକ୍ଷାକୁ ହାଇଟେକ୍ କରିବାକୁ ନ…
ସତ୍ୟପାଠ | ଭୁବନେଶ୍ୱର | ୨୨ ଅକ୍ଟୋବର ୨୦୨୬: ମୟୂରଭଞ୍ଜ ଜିଲ୍ଲାର ରେଳ ଯୋଗାଯୋଗ କ୍ଷେତ୍ରରେ ଏକ ନୂଆ…
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଏସ୍ଆଇଆର ପ୍ରକ୍ରିୟା ବିରୋଧରେ ଆସନ୍ତା ୨୩ ତାରିଖରେ କକ୍ରୋଚ୍ ଜନତ…
ଫ୍ରାଙ୍କଫର୍ଟରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ଅନ୍ତର୍ଜାତୀୟ ବିମାନ ଅପହରଣ ସତର୍କତା ଜାରି ହେବା ପରେ ଜୟପୁର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ବିମାନ ଅପହରଣ ଆଲର୍ଟ ପରେ ଏୟାର ଇଣ୍ଡିଆର ବିମାନ ଏଆଇ-୨୦୩୦ ଜରୁରୀକାଳୀନ ଅବତରଣ କରିଥିଲା। ଅହମ୍ମଦାବାଦ ଏଟିସି ବିମାନ ସମ୍ପର୍କରେ ଏକ ସତର୍କ ସୂଚନା ପାଇଥିଲା। ପାଇଲଟ୍ କିଛି ସେକେଣ୍ଡ ପାଇଁ ସ୍କ୍ବାକ୍-୭୫୦୦ ଘୋଷଣା କରିଥିଲେ।
ଉତ୍ତର ପ୍ରଦେଶରେ ମାଫିଆ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ ସେମାନଙ୍କ କବଳରୁ ମୁକ୍ତ ହୋଇଥିବା ଜମି ଗରିବ ଲୋକଙ୍କ ପାଇଁ ବାସସ୍ଥାନ ଯୋଗାଇବା ପାଇଁ ବ୍ୟବହାର କରାଯାଉଛି । ଏହି ପଦକ୍ଷେପରେ ପ୍ରୟାଗରାଜର କସାରି-ମସାରି ଅଞ୍ଚଳରେ ମାଫିଆ ନେତା ଅତିକ୍ ଅହମ୍ମଦଙ୍କ ଠାରୁ ମୁକ୍ତ ହୋଇଥିବା ଜମିରେ ୬୦୨ଟି ସୁଲଭ ଫ୍ଲାଟ୍ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ବୁଧବାର ପଦ୍ମଲୋକ ଗୃହ ପ୍ରକଳ୍ପର ଶିଳାନ୍ୟାସ କରିବେ ।
ନିର୍ବାଚନ ଆୟୋଗଙ୍କ କାର୍ଯ୍ୟଶୈଳୀ ଓ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ଆଣି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ଇଣ୍ଡିଆ ମେଣ୍ଟର ୧୧ ଜଣ ପ୍ରମୁଖ ନେତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତେବେ କୋର୍ଟ ଫି’ରେ ୨୨୦ ଟଙ୍କା କମ୍ ରହିବା, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପରିଚୟ ପତ୍ରର ଅସ୍ପଷ୍ଟ ଫଟୋକପି ଏବଂ ୧୧ ଜଣ ଆବେଦନକାରୀଙ୍କ ମଧ୍ୟରୁ ୯ ଜଣଙ୍କର ''ବକାଲତନାମା'' ନଥିବା ଭଳି ମୋଟ ୧୪ଟି ତ୍ରୁଟି ସୁପ୍ରିମକୋର୍ଟ ରେଜିଷ୍ଟ୍ରି ଦର୍ଶାଇବା ପରେ ମଙ୍ଗଳବାର ଏହି ମାମଲାର ଶୁଣାଣି ହୋଇପାରି ନାହିଁ।
ଆଜି ଜନ୍ମଦିନରେ ଜଳିଲା ସହିଦ ଭି ତେଜାଙ୍କ ଜୁଇ I ପଞ୍ଚ ଭୂତରେ ଲୀନ ହେଲେ ସହିଦ ଯବାନ। ନାଗାଲାଣ୍ଡରେ ସହିଦ ହୋଇଥିବା ଭି ତେଜାଙ୍କୁ ତାଙ୍କ ବାସଭବନରେ ଆଜି ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା I ଗାର୍ଡ ଅଫ ଅନର ପ୍ରଦାନ ସମୟରେ ରାୟଗଡା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ, ରାୟଗଡା ବିଧାୟକ ଅପଲା ସ୍ୱାମୀ କାଡ୍ରାକା ଓ ହଜାର ହଜାର ଲୋକ ଉପସ୍ଥିତ ରହି ପାର୍ଥିବ ଶରୀରକୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ I
୨୦୨୬ ମସିହାର ଭୌତିକ ବିଜ୍ଞାନ ନୋବେଲ୍ ପୁରସ୍କାର ପାଇଁ ବେଲଜିୟମ୍ରେ ଜନ୍ମିତ ବୈଜ୍ଞାନିକ ଫ୍ରାନ୍ସିସ୍ ହାଲ୍ଜେନଙ୍କୁ ଚୟନ କରାଯାଇଛି। ଆଇସ୍କ୍ୟୁବ୍ ନ୍ୟୁଟ୍ରିନୋ ଅବଜର୍ଭେଟୋରି ପ୍ରତି ତାଙ୍କର ନିର୍ଣ୍ଣାୟକ ଅବଦାନ ଏବଂ ଖଗୋଳୀୟ ଉତ୍ସରୁ ଆସୁଥିବା ଉଚ୍ଚ-ଶକ୍ତିସମ୍ପନ୍ନ ନ୍ୟୁଟ୍ରିନୋର ଆବିଷ୍କାର ପାଇଁ ରୟାଲ୍ ସ୍ୱିଡିଶ୍ ଏକାଡେମି ଅଫ୍ ସାଇନ୍ସେସ୍ ତାଙ୍କୁ ଏହି ସମ୍ମାନ ଦେଇଛି।
ଖାଦ୍ୟ ଅନ୍ବେଷଣରେ ଆସି ଘରେ ପଶିଲା ବାଘ। କଲରାପତରିଆ ବାଘ ଆକ୍ରମଣରେ ୬ ଜଣ ଗୁରୁତର ଆହତ ହୋଇଥିବାବେଳେ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ନୂଆପଡ଼ା ଜିଲ୍ଲା ସୀମାନ୍ତ ଛତିଶଗଡ଼ ମହାସମୁନ୍ଦ ଜିଲ୍ଲା ବାଗବହାରା ରେଞ୍ଜ ଝିଟିକି ଗାଁରେ ବାଘକୁ ନେଇ କୋକୁଆ ଭୟ ଦେଖାଯାଇଛି। ବିଳମ୍ବିତ ରାତିରେ ନର୍ରା ନିକଟ ଝିଟିକି ଗାଁକୁ ସୁନାବେଡ଼ା ଅଭୟାରଣ୍ୟରୁ ଏକ କଲରାପତରିଆ ବାଘ ପଶି ଆସିଥିଲା ।
ନୂଆଦିଲ୍ଲୀ (ସତ୍ୟପାଠବ୍ୟୁରୋ) : ଭାରତୀୟ ପୁରୁଷ ହକି ଟିମ୍ ପଞ୍ଚମ ଥର ପାଇଁ ଏସିଆନ୍ ଗେମ୍ସରେ ସ୍ୱର୍…
ଭାରତୀୟ ଜାଭ୍ଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା ଡାଇମଣ୍ଡ ଲିଗ୍ ଫାଇନାଲ୍କୁ ଲାଗି ନିଜ ସ୍ଥାନ ପକ୍କା କରିଛନ୍ତି। ଡାଇମଣ୍ଡ ଲିଗ୍ ଫାଇନାଲ୍ ଆସନ୍ତା ମାସ ୪ ଓ ୫ ତାରିଖରେ ବ୍ରସେଲ୍ସରେ ଅନୁଷ୍ଠିତ ହେବ। ୨ ଥରର ଅଲିମ୍ପିକ୍ସ ପଦକ ବିଜେତା ନୀରଜ ଚଳିତ ଋତୁରେ ୨ ଡାଇମଣ୍ଡ ଲିଗ୍ରେ ଅଂଶଗ୍ରହଣ କରିଛନ୍ତି। ଦୋହାରେ ଜୁନ୍ ୧୯ ତାରିଖରେ ଆୟୋଜିତ ପ୍ରତିଯୋଗିତାରେ ସେ ୮୫.୬୯ ମିଟର ଜାଭ୍ଲିନ୍ ଫିଙ୍ଗି ଚତୁର୍ଥ ସ୍ଥାନରେ ରହିଥିଲେ
ବୁଧବାର ଅକ୍ଟୋବର ୧୪ ତାରିଖରେ ମେରଠର ବହୁଚର୍ଚ୍ଚିତ ନୀଳ ଡ୍ରମ୍ ହତ୍ୟାକାଣ୍ଡ ମାମଲାର ଦଣ୍ଡ ଘୋଷଣା ହୋଇଛି। ଏହି ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ମୁସ୍କାନ ରସ୍ତୋଗୀ ଓ ସାହିଲଙ୍କୁ ଫାଶୀ ଦଣ୍ଡ ଶୁଣାଯାଇଛି। ଜିଲ୍ଲା ଜେଲ୍ରୁ ଉଭୟ ଅଭିଯୁକ୍ତଙ୍କୁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିଲା। ସ୍ୱାମୀଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ନୀଳ ଡ୍ରମ୍ରେ ଲୁଚାଇ ରଖିବା ମାମଲାରେ ମୁସ୍କାନ ରସ୍ତୋଗୀ ଓ ତାଙ୍କ ପ୍ରେମିକ ସାହିଲଙ୍କୁ ଏହି ଦଣ୍ଡ ଶୁଣାଯାଇଛି।
ନିଟ୍-ୟୁଜି ୨୦୨୬ ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) ବୁଧବାର ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିଛି। ଏହା ସହିତ ଏହି ପ୍ରଶ୍ନପତ୍ର ଲିକ୍ ମାମଲାର ତଦନ୍ତ ପ୍ରକ୍ରିୟା ଶେଷ ହୋଇଥିବା ଜଣାପଡ଼ିଛି। ଦିଲ୍ଲୀ କୋର୍ଟରେ ଦାଖଲ କରାଯାଇଥିବା ଏହି ସମ୍ପୂର୍ଣ୍ଣ ରିପୋର୍ଟରେ ଆଉ ଜଣେ ବେସରକାରୀ ବ୍ୟକ୍ତିଙ୍କ ନାମ ସାମିଲ କରାଯାଇଛି।