ଅଯୋଧ୍ୟାରୁ ବିଧାନସଭା ନିର୍ବାଚନ ଲଢିପାରନ୍ତି ଯୋଗୀ ଆଦିତ୍ୟନାଥ

up cm

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଉତ୍ତରପ୍ରଦେଶରେ ବର୍ତ୍ତମାନ ଠାରୁ ବିଧାନସଭା ନିର୍ବାଚନ ପାଇଁ ସଜବାଜ ଆରମ୍ଭ ହେବାରେ ଲାଗିଛି । ଏହା ସହ ନିର୍ବାଚନ ପ୍ରଚାର ପାଇଁ ବିଜେପିର ଅନେକ ବରିଷ୍ଠ ନେତା ମଇଦାନକୁ ଓହ୍ଳାଇବାର ସମ୍ଭାବନା ଉପୁଜୁଛି । ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜେ ବିଧାନସଭା ନିର୍ବାଚନ ଲଢିପାରନ୍ତି ବୋଲି ଅନୁମାନ କରାଯାଉଛି । ଯେଉଁଥିରେ ଡେପୁଟି ମୁଖ୍ୟମନ୍ତ୍ରୀ କେଶବ ମୌର୍ଯ, ଦୀନେଶ ଶର୍ମା ଏବଂ ସ୍ୱତନ୍ତ୍ର ଦେବ ପ୍ରଭୃତି ବରିଷ୍ଠ ନେତାମାନେ ମଧ୍ୟ ନିର୍ବାଚନ ଲଢିପାରନ୍ତି ବୋଲି କଳ୍ପନା ଜଳ୍ପନା ଚାଲିଛି । ଅପରିପକ୍ଷେ ଉତ୍ତରପ୍ରଦେଶ ନିର୍ବାଚନକୁ ଆଉ ମାତ୍ର ୭ ମାସ ରହିଛି ।

ତେବେ ପୂର୍ବବର୍ଷ ଭଳି ଏବର୍ଷ ମଧ୍ୟ ଦଳ ଜିତିବା ପାଇଁ ଆଶା ରଖିଛି । ଏଥିପାଇଁ ଅନେକ ବରିଷ୍ଠ ନେତାଙ୍କୁ ନିର୍ବାଚନ ପ୍ରଚାର ପାଇଁ ମଇଦାନକୁ ଓହ୍ଳାଇବା ପାଇଁ ଦଳ ଯୋଜନା କରୁଛି । ଭାରତୀୟ ଜନତା ପାର୍ଟୀ ୨୦୨୨ରେ ୪୦୩ ସିଟରୁ ୩୦୦ରୁ ଅଧିକ ସିଟ ଜିତିବା ପାଇଁ ଲକ୍ଷ ରଖିଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଅନେକ ବରିଷ୍ଠ ନେତା ନିର୍ବାଚନ ଲଢିପାରନ୍ତି । ଏନେଇ ଯୋଗୀ ଆଦିତ୍ୟନାଥ, ଡେପୁଟି ମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟ, ଦିନେଶ ଶର୍ମା ଓ ବିଜେପିର ପ୍ରଦେଶ ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂହ ଏବଂ ମହେନ୍ଦ୍ର ସିଂହଙ୍କ ନାମ ଅନେକ ଚର୍ଚ୍ଚାରେ ରହିଛି । ପୁଣିଥରେ ଉତ୍ତରପ୍ରଦେଶରେ ଏକ ଐତିହାସିକ ବିଜୟଲାଭ କରିବା ପାଇଁ ଭାରତୀୟ ଜନତା ପାର୍ଟି ଆଶା ରଖିଛି । ଏହା ସହ ବିଏଲ ସନ୍ତୋଷ ଏବଂ ରାଧାମୋହନ ସିଂହଙ୍କ ଗସ୍ତକୁ ଲକ୍ଷକରି ଜଣାପଡୁଛି ଯେ ବିଜେପି ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ।

Related Posts