ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଏସ ୟେଦୁରପ୍ପାଙ୍କ ପୁଅ ବିୱାଇ ବିଜୟେନ୍ଦ୍ରଙ୍କୁ ଦଳର ରାଜ୍ୟ ସଭାପତି ଭାବେ ନିଯୁକ୍ତ କରାଯାଇଛି। ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂଙ୍କ ପକ୍ଷରୁ ଜାରି ବିବୃତ୍ତି ଅନୁଯାୟୀ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ବିଜୟେନ୍ଦ୍ରଙ୍କୁ କର୍ଣ୍ଣାଟକ ବିଜେପି ସଭାପତି ଭାବରେ ନିଯୁକ୍ତ କରିଛନ୍ତି। ଏହି ନିଯୁକ୍ତି ତୁରନ୍ତ କାର୍ଯ୍ୟକାରୀ ହେବ ବୋଲି ବିବୃତ୍ତିରେ କୁହାଯାଇଛି। ଏହି ନିଯୁକ୍ତି ପରେ ବିଜେପିର ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ଏବଂ ବେଙ୍ଗାଲୁରୁ ଦକ୍ଷିଣ ଲୋକସଭା ସାଂସଦ ତେଜସ୍ୱୀ ସୂର୍ଯ୍ୟା କର୍ଣ୍ଣାଟକର ରାଜ୍ୟ ବିଜେପି ସଭାପତି ହୋଇଥିବାରୁ ବିଜୟେନ୍ଦ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୂର୍ଯ୍ୟା ଲେଖିଛନ୍ତି ଯେ ବିଜୟେନ୍ଦ୍ରଙ୍କ ସାଂଗଠନିକ ଦକ୍ଷତା ଏବଂ ନେତୃତ୍ୱରେ ବିଜେପି ଅଧିକ ଶକ୍ତିଶାଳୀ ହେବ ।
ସୂଚନାଯୋଗ୍ୟ ଯେ, ଗତବର୍ଷ ଭେଟେରାନ ବିଜେପି ନେତା ତଥା ଚାରି ଥର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ତାଙ୍କର ରାଜନୈତିକ ଉତ୍ତରାଧିକାରୀ ଭାବେ ଦ୍ୱିତୀୟ ପୁତ୍ର ବିଜୟେନ୍ଦ୍ରଙ୍କ ନାମ ଘୋଷଣା କରିଥିଲେ | ଆଉ ମେ ମାସରେ ହୋଇଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିୱାଇ ବିଜୟେନ୍ଦ୍ର ୧୧,୦୦୮ ଭୋଟ ବ୍ୟବଧାନରେ ଶିକାରିପୁରା ଆସନରୁ ଜିତିଥିଲେ |