କଂଗ୍ରେସରେ ମିଶିଲେ ଭିନେଶ, ବଜରଙ୍ଗ

ଭୁବନେଶ୍ୱର,୬/୯(ସତ୍ୟପାଠ ବ୍ୟୁରୋ):  ହରିୟାଣା ବିଧାନସଭା ନିର୍ବାଚନ ୨୦୨୪ ପୂର୍ବରୁ ସାମ୍ନାକୁ ଆସିଛି ଏକ ବଡ଼ ଖବର । ଲୋକପ୍ରିୟ ରେସଲର ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ କଂଗ୍ରେସରେ ସାମିଲ ହୋଇଛନ୍ତି। ଉଭୟ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିଥିଲେ।

ଏହି ସମୟରେ କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେଣୁଗୋପାଲ ମଧ୍ୟ ଉପସ୍ଥିତ ଥିଲେ। ବର୍ତ୍ତମାନ ଉଭୟଙ୍କ ନାମ ଦଳର ପ୍ରାର୍ଥୀ ତାଲିକାରେ ଦେଖାଯିବାର ସମ୍ଭାବନା ରହିଛି। 

ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିବା ପୂର୍ବରୁ ଶୁକ୍ରବାର ରେଳ ଚାକିରିରୁ ଇସ୍ତଫା ଦେଇଥିଲେ। ଦୁଇ ଦିନ ପୂର୍ବେ ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସର ପୂର୍ବତନ ସଭାପତି ତଥା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। ସେବେଠାରୁ ଚର୍ଚ୍ଚା ହେଉଥିଲା ଯେ ଫୋଗାଟ୍ ଏବଂ ପୁନିଆ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିପାରନ୍ତି। ତେବେ ଏପର୍ଯ୍ୟନ୍ତ ଉଭୟଙ୍କ ଟିକେଟ୍ ସମ୍ପର୍କରେ ଦଳ ପକ୍ଷରୁ କୌଣସି ଅଧିକାରୀକ ଘୋଷଣା କରାଯାଇ ନାହିଁ।

ସୂଚନାଯୋଗ୍ୟ, ଭିନେଶଙ୍କ ଶାଶୁ ଘର ସୋନିପତରେ ଥିବାବେଳେ ତାଙ୍କ ବାପ ଘର ଚରଖି ଦାଦରୀରେ ଅଛି। ଏଭଳି ପରିସ୍ଥିତିରେ କଂଗ୍ରେସ କେଉଁ ଆସନରୁ ଭିନେଶଙ୍କୁ ଟିକେଟ ଦେବ ସେନେଇ ଚିନ୍ତା କରୁଛି।

Related Posts