ପୂର୍ବ ପ୍ରଶାନ୍ତ ମହାସାଗରରେ ଦାନା ବାନ୍ଧିଲା ବାତ୍ୟା ଅଗଥା: ଦକ୍ଷିଣ ଉପକୂଳ ମୁହା

ନୂଆଦିଲ୍ଲୀ: ମେକ୍ସିକୋର ଦକ୍ଷିଣ ଉପକୂଳ ମୁଁହା ବାତ୍ୟା । ପୂର୍ବ ପ୍ରଶାନ୍ତ ମହାସାଗରରେ ଦାନା ବାନ୍ଧିଥିବା ବାତ୍ୟା ଅଗଥା ଏବେ ଉପକୂଳ ମୂହା ହେବା ନେଇ ସୂଚନା ମିଳିଛି ।

ସେପଟେ ବାତ୍ୟା ମୁକାବିଲା ପାଇଁ ମେକ୍ସିକୋ ସରକାର ଉପକୂଳବର୍ତ୍ତୀ ଅଞ୍ଚଳରେ ହାଇ ଆଲର୍ଟ ଜାରି କରିଛନ୍ତି ।

.ୟୁଏସ ନ୍ୟାଶନାଲ ହୁରିକେନ୍ ସେଣ୍ଟରର ରିପୋର୍ଟ ଅନୁସାରେ, ଅଗଥା ହେଉଛି କ୍ୟାଟାଗୋରୀ ୨ର ଝଡବାତ୍ୟା । ଏହାରି ପ୍ରଭାବରେ ମେକ୍ସିକୋର ଓଜାକା ରାଜ୍ୟର ପୁଏରତୋ ଆଞ୍ଜେଲ ଦ୍ୱୀପରେ ଘଣ୍ଟା ପ୍ରତି ୧୦୫ ମାଇଲ ବେଗରେ ବା ୧୬୯ କିମି ବେଗରେ ପବନ ବହୁଛି । ତେବେ ମଙ୍ଗଳବାର ମଧ୍ୟରାତ୍ରରେ ଏହା ଲ୍ୟାଣ୍ଡଫଲ କରିବା ପରେ ଦୁର୍ବଳ ହୋଇଯିବ ବୋଲି ଅନୁମାନ କରାଯାଉଛି ।

ବାତ୍ୟା ମୁକାବିଲା ପାଇଁ ମେକ୍ସିକୋ ସରକାର ୨୦୦ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିଛନ୍ତି । ଏଥିରେ ୨୬୮୦୦ ଲୋକଙ୍କୁ ରଖାଯାଇଛି । ସେମାନଙ୍କୁ ଖାଦ୍ୟ ମଧ୍ୟ ପ୍ରଦାନ କରାଯାଉଛି । ସେହିପରି ବିପଜ୍ଜନକ ସ୍ଥାନରେ ଥିବା ପ୍ରାୟ ୫୨୦୦ ଶରଣାର୍ଥୀ ଓ ବିଦେଶୀ ପର୍ଯ୍ୟଟକଙ୍କୁ ହୋଟେଲରେ ରଖାଯାଇଛି ।

ହୁରିକେନ ସେଣ୍ଟର ପ୍ରବଳ ବନ୍ୟା ନେଇ ଅନୁମାନ କରିଛି । ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ହୋଇପାରେ ଓ ଉଚ୍ଚ ଢେଉ ଉଠିପାରେ । ତେଣୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । ଏତତ୍ ବ୍ୟତୀତ ଓଜାକା ଓ ଚିଆପାସ ରାଜ୍ୟରେ ଭୂସ୍ଖଳନ ଆଶଙ୍କା ମଧ୍ୟ ରହିଛି । କାରଣ ଏହି ଦୁଇ ଅଞ୍ଚଳରେ ଅନେକ ନଦୀ ପ୍ରବାହିତ ହୋଇଛି ।

ସୂଚନାଯୋଗ୍ୟ, ଅଗଥା ପୂର୍ବରୁ ଗ୍ରେସ୍ ନାମକ ଏକ ବାତ୍ୟା ମେକ୍ସିକୋ ଉପକୂଳରେ ମାଡ ହୋଇଥିଲା । ଯାହାର ପ୍ରଭାବରେ ଭେରାକ୍ରୁଜ୍ ଓ ପୁଏବଲା ରାଜ୍ୟରେ ୧୧ ଜଣଙ୍କ ଜୀବନ ଯାଇଥିଲା ।

Related Posts