କେବଳ ଉଚ୍ଚଜାତିର ଲୋକହିଁ କାହିଁକି ଆରଏସଏସ ମୁଖ୍ୟ ହେଉଛନ୍ତି? – ମୋହନ ଭଗବତ ଙ୍କୁ ଜବାବ ମାଗିଲା ଆମ୍ ଆଦମୀ ପାର୍ଟି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆରଏସଏସ ମୁଖ୍ୟ ମୋହନ ଭଗବତ ନିଶ୍ଚିତ ଭାବରେ ଜବାବ୍ ଦେବା ଉଚିତ ଯେ, କାହିଁକି ସର୍ବଦା ଉଚ୍ଚ ଜାତିର ବ୍ୟକ୍ତି ହିଁ ଆରଏସଏସର ମୁଖ୍ୟ ହେଉଛନ୍ତି। ଆରଏସଏସ ମୁଖ୍ୟ ମୋହନ ଭଗବତଙ୍କୁ ଆମ ଆଦମୀ ପାର୍ଟି ପକ୍ଷରୁ କିଛି ଏଭଳି ପ୍ରଶ୍ନ କରାଯାଇଛି। ତେବେ ଶୁକ୍ରବାର ନାଗପୁରରେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ମୋହନ ଭାଗବତ କହିଥିଲେ ଯେ, ଜାତି ଓ ବର୍ଣ୍ଣ ପୁରାତନ ପ୍ରଥା ଅଟେ। ତେଣୁ ଏହାକୁ ସମାପ୍ତ କରିଦେବା ଉଚିତ। ତେବେ ଭାଗବତଙ୍କ ଏହି ବୟାନ ଆସିବା ପରେ ଆପ ତାଙ୍କୁ ଏଭଳି ପ୍ରଶ୍ନ କରିଛି।

ଆପ ନେତା ଦୁର୍ଗେଶ ପାଠକ ଭାଗବତଙ୍କ ଏହି ବୟାନକୁ ନେଇ ତାଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଯଦି ସେ ନିଜେ ଜାତି ଓ ବର୍ଣ୍ଣକୁ ସମାପ୍ତ କରିବାକୁ ବୟାନ ଦେଉଛନ୍ତି ତେବେ ମୁଁ ତାଙ୍କୁ ପ୍ରଶ୍ନ କରିବାକୁ ଚାହେଁ ଯେ କାହିଁକି ଆରଏସଏସର ମୁଖ୍ୟ ସବୁବେଳେ ଉଚ୍ଚ ଜାତିର ବ୍ୟକ୍ତି ହିଁ ହେଉଛନ୍ତି। ସେ ଆହୁରି କହିଛନ୍ତି ଯେ, ମୋତେ ଭାଗବତଙ୍କ ବୟାନ ଶୁଣି ହସ ଲାଗୁଛି, କାରଣ ଦେଶରେ ଦେଶରେ ଏକ ମାତ୍ର ଦଳ ହେଉଛି ବିଜେପି ଯିଏ ଲୋକଙ୍କୁ ଜାତି ଓ ବର୍ଣ୍ଣ ଆଧାରରେ ବିଭାଜିତ କରୁଛି, ହେଲେ ଏହି ଦଳକୁ ପରିଚାଳନା କରୁଥିବା ଆରଏସଏସର ମୁଖ୍ୟ ଜାତି ଓ ବର୍ଣ୍ଣକୁ ସମାପ୍ତ କରିବାକୁ ବୟାନ ଦେଉଛନ୍ତି।

Related Posts