ଚଳଚ୍ଚିତ୍ରରେ ସୁନ୍ଦରୀ ନାୟିକାମାନଙ୍କର କର୍ଣ୍ଣେଲ ପିତାମାନଙ୍କୁ ସବୁବେଳେ ଖଡୁସ୍ ଭୂମିକାରେ କାହିଁକି ଦେଖାଯାଏ : ସେନା ମୁଖ୍ୟ ନରଓ୍ଵାଣେ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ଵାଣେ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (FTII) ର ଟେଲିଭିଜନ ୱିଙ୍ଗର ସୁବର୍ଣ୍ଣ ଜୟନ୍ତୀ (1971–2021) ର ଉଦଘାଟନୀ ସମାରୋହରେ ଯୋଗଦେଇଥିଲେ। ଏହି ଅବସରରେ ସେ ଭାରତୀୟ ସିନେମାର ପ୍ରଶଂସା କରିଥିଲେ। ଦେଶର ମୂଳ ମୂଲ୍ୟବୋଧକୁ ଦୃଢ କରିବା, ଦେଶର ବିବିଧତା, ସଂସ୍କୃତିକୁ ବଞ୍ଚାଇ ରଖିବାରେ ସିନେମାର ଭୂମିକାକୁ ନରଓ୍ଵାଣେ ଖୁବ୍ ପ୍ରଶଂସା କରିଥିଲେ। ଏହି ସମୟରେ ସେ କହିଥିଲେ ଯେ ଭାରତୀୟ ସଶସ୍ତ୍ର ବାହିନୀର ଅଧିକାରୀମାନଙ୍କୁ ସିନେମାରେ ଗୋଟିଏ ଢାଞ୍ଚାରେ ଦେଖାଇବା ଠାରୁ ଦୂରେଇ ରହିବା ଉଚିତ୍।

 ସେନା ମୁଖ୍ୟ ଏହି ଅବସରରେ କହିଛନ୍ତି ଯେ , ‘ ସିନେମାରେ ସବୁବେଳେ ଭାରତୀୟ (ସଶସ୍ତ୍ର ବାହିନୀ) ସେନା ଅଧିକାରୀ ମାନଙ୍କୁ ଅସ୍ପଷ୍ଟ ଭାବେ ଚିତ୍ରିତ କରାଯାଇଛି। ଜଣେ ସୁନ୍ଦର ନାୟିକାଙ୍କ ପିତା ସିନେମାରେ ସବୁବେଳେ ଜଣେ କଡା ବା ଖଡୁସ୍ କର୍ଣ୍ଣେଲ ଭୂମିକାରେ ଦେଖାଯାଇଥାଏ। ଯିଏକି ସବୁବେଳେ ସିଲ୍କ୍ ଗାଉନ୍ ପିନ୍ଧନ୍ତି ଏବଂ ଗୋଟିଏ ହାତରେ ହ୍ବିସ୍କି ବୋତଲ ଏବଂ ଅନ୍ୟ ହାତରେ ବନ୍ଧୁକ ଧରିଥାନ୍ତି। ସେ କହିଛନ୍ତି ଯେ ସିନେମାରେ ଏହି ଭୂମିକା ମୋତେ ବ୍ୟଥିତ କରିଥାଏ। ଭାରତୀୟ ସ୍ଥଳ ସେନା ମୁଖ୍ୟ କହିଛନ୍ତି, ” ମୁଁ ସୃଜନଶୀଳ ସ୍ୱାଧୀନତାକୁ ସମ୍ମାନ କରେ। ମୁଁ ଭାବୁଛି ଯେ କୌଣସି ଳ ଚରିତ୍ରକୁ ଚିରାଚରିତ ଢଙ୍ଗରେ ଦେଖାଇବାକୁ ବାରଣ କରିବା ଉଚିତ୍ ।

ଏହି ଅବସରରେ ସେନା ମୁଖ୍ୟ କହିଛନ୍ତି ଯେ ଦେଶ ଏକ ଚ୍ୟାଲେଞ୍ଜିଂ ପର୍ଯ୍ୟାୟ ଦେଇ ଗତି କରୁଛି। ମହାମାରୀ ସମୟରେ ଉଭୟ ପଶ୍ଚିମ ଏବଂ ଉତ୍ତର ସୀମାରେ ଅସ୍ଥିରତା ବୃଦ୍ଧି ପାଇଥିଲା (ପାକିସ୍ତାନ ଏବଂ ଚୀନ୍ ସୀମା)।  ତେବେ ଏହି ଆହ୍ବାନର ସମ୍ମୁଖୀନ ହୋଇ ଭାରତୀୟ ସେନା ଅଧିକ ଶକ୍ତିଶାଳୀ ହୋଇଛି । COVID-19 ମହାମାରୀ ସମୟରେ ପଶ୍ଚିମ ଏବଂ ଉତ୍ତରର ସୀମାରେ ଦେଖାଦେଇଥିବା ଅସ୍ଥିରତାକୁ ସାମ୍ନା କରି ଭାରତୀୟ ସେନା ଅଧିକ ଶକ୍ତିଶାଳୀ ହୋଇଛି । 

ଜେନେରାଲ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ଵାଣେ କହିଛନ୍ତି ଯେ ସେ ସର୍ବଦା କହିଛନ୍ତି ଯେ ଯୁଦ୍ଧ କେବେବି ଦୁଇ ସେନା ମଧ୍ୟରେ ନୁହେଁ ବରଂ ଦୁଇ ଦେଶ ମଧ୍ୟରେ ହୋଇଥାଏ । ଭାରତୀୟ ସେନା ମୁଖ୍ୟ କହିଛନ୍ତି ଯେ ଭାରତୀୟ ଏବଂ ଚୀନ୍ ସୈନ୍ୟବାହିନୀ ପୂର୍ବ ଲଦାଖର ଗୋଗ୍ରା ମୁହାଁମୁହିଁ ସ୍ଥିତିରେ ନିଜର ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଶେଷ କରିଛନ୍ତି ଏବଂ ସ୍ଥିତି ପୂର୍ବାବସ୍ଥାକୁ ଫେରାଇ ଆଣିଛନ୍ତି।

Related Posts