କିଏ ଜିତିବ ରାଇସିନା ହିଲ ରେସ, ଦେଶର ସର୍ବୋଚ୍ଚ ପଦବୀ ପାଇଁ ଆଜି ନିର୍ବାଚନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ଦେଶର ସର୍ବୋଚ୍ଚ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠତ ହେଉଛି। ଦେଶର ୧୫ତମ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବା ପାଇଁ ଆଜି ଭୋଟ୍‌ ଗ୍ରହଣ ହେବ ହେବ। ପ୍ରାୟ ୪,୮୦୦ ନିର୍ବାଚିତ ସାଂସଦ ଏବଂ ବିଧାୟକଙ୍କୁ ନେଇ ଗଠିତ ଇଲେକଟୋରାଲ କଲେଜ୍ ଏହି ମତଦାନରେ ଭାଗ‌ନେବେ। ତେବେ ନିର୍ବାଚନୀ ମଇଦାନ ରେ ୨ଜଣ ପ୍ରାର୍ଥୀ ଥିବା ବେଳେ ସେମାନଙ୍କୁ ବିଭିନ୍ନ ରାଜନୈତିକ ଦଳ ମାନେ ସମର୍ଥନ ଘୋଷଣା କରି ସାରିଛନ୍ତି।

ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ବିଜେଡି, ୱାଇଏସ୍‌ଆର୍‌-ସିପି, ବିଏସ୍‌ପି, ଏଆଇଏଡିଏମ୍‌କେ, ଟିଡିପି, ଜେଡିଏସ୍‌, ଶିରୋମଣି ଅକାଳି ଦଳ ଏବଂ ଶିବ ସେନା ପକ୍ଷରୁ ସମର୍ଥନ ଘୋଷଣା କରାଯାଇଛି। ସେହିପରି ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶୋବନ୍ତ ସିହ୍ନା ଙ୍କୁ କଂଗ୍ରେସ, ତୃଣମୂଳ କଂଗ୍ରେସ, ଏନସିପି, ତେଲେଙ୍ଗାନା ରାଷ୍ଟ୍ର ସମିତି, ସମାଜବାଦୀ ପାର୍ଟି, ଆପ ଭଳି କିଛି ବିରୋଧୀ ଦଳ ସମର୍ଥନ କରୁଛନ୍ତି।

ତେବେ ଏହି ନିର୍ବାଚନରେ ମୋଟ ଭୋଟ ମୂଲ୍ୟ ୧୦ ଲକ୍ଷ ୮୬ ହଜର ୪୩୧ ରହିଥିବା ବେଳେ ପ୍ରତି ସାଂସଦଙ୍କ ଭୋଟ ମୂଲ୍ୟ ରହିଛି ୭୦୦ ଓ ରାଜ୍ୟର ଜନସଂଖ୍ୟା ଦୃଷ୍ଟିରୁ ସମସ୍ତ ରାଜ୍ୟର ବିଧାୟକ ମାନଙ୍କ ଭୋଟ ମୂଲ୍ୟ ଭିନ୍ନ ଭିନ୍ନ ରହିଛି। ତେବେ ରାଷ୍ଟ୍ରପତି ନିର୍ବାଚନର ଭୋଟ ଗ୍ରହଣ ପାଇଁ ସଂସଦ ଭବନ ଓ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ବିଧାନ ସଭା ପରିସରରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସୂଚନା ମିଳିଛି।

Related Posts