ଅଫଲାଇନ୍ କ୍ଲାସ ହେଉନି ସ୍କୁଲ ଫି କମିବନି କାହାଁକି? ସୁପ୍ରିମ କୋର୍ଟଙ୍କ ପ୍ରଶ୍ନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦେଶରେ କରୋନା ସଂକ୍ରମଣ ଯୋଗୁଁ ଶ୍ରେଣୀ ଗୃହରେ  ପାଠପଢା ହେଇ ପାରୁ ନାହିଁ । ଅନଲାଇନ ପିଲାଙ୍କୁ ପଢା ଯାଉଛି ।କିଏ  ପଢିପାରୁଛି ତ ଆଉ କିଏ ପଢିବାରୁ ବଞ୍ଚିତ ହେଇଛି । ଏହା ପରେ ବି ସ୍କୁଲ କତୃପକ୍ଷ ପିଲାଙ୍କ ଠାରୁ ସମ୍ଫୂର୍ଣ ଫି ଆଦାୟ କରୁଛନ୍ତି । ସମ୍ପୂର୍ଣ ଫି ଅଭିବାବକ ନଦେଲେ ପିଲାଙ୍କୁ ହଇରାଣ କରାଯାଇଥିବା ନେଇ ଏକାଧିକ ଘଟଣା ସାମ୍ନାକୁ ଆସିଛି ।ଏଭଳି ପରିସ୍ଥିତିରେ  ଗତକାଲି ସ୍କୁଲ ଫି ଛାଡ ମାମଲା ଉପରେ ବିଚାର କରି ସୁପ୍ରିମ କୋର୍ଟର ଏକ ଖଣ୍ଡପିଠ ସ୍କୁଲ ଫି କଣ ପାଇଁ କମିବ ନାହଁ ବୋଲି ପ୍ରଶ୍ନ ଉଠାଇଛନ୍ତି । ଖଣ୍ଡପିଠ  କହିଛନ୍ତି ଯେ କରୋନା ମହାମାରୀ  ପାଇଁ ସମସ୍ତ ସ୍କୁଲରେ ଅନଲାଇନ କ୍ଲାସ ଚାଲିଛି । ଅଫଲାଇନ ପାଠ ପଢା ହେଇନଥିବାରୁ ସ୍କୁଲରେ ପେଟ୍ରାଲ ,ଡିଜେଲ   ଇଲେକ୍ଟ୍ରି ଓ ରକ୍ଷଣାବେକ୍ଷଣାର ଖର୍ଚ୍ଚ ମଧ୍ୟ ହ୍ରାସ ପାଇଛି ।ସେଥିପାଇଁ ଛାତ୍ରଛାତ୍ରୀଙ୍କ ଫି କମକରିବା ଉଚିତ । ଜଷ୍ଟିସ ଏ ଏମ ଖାନୱାଲିକର ଓ ଜଷ୍ଟିସ ଦିନେଶ ମାହେଶ୍ୱରୀଙ୍କ ଦ୍ୱାରା ଗଠନ ହେଇଥିବା ଖଣ୍ଡପିଠ ମାମଲାରେ ଶୁଣାଣି କରି କହିଛନ୍ତି ମହାମାରୀ କାରଣରୁ ଅଭିବାକ ମାନେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତିା ତେଣୁ ଶିକ୍ଷାନୁଷ୍ଠାନ ଏ ଦିଗରେ ଯତ୍ନବାନ ହେବା ଦରକାର ଛାତ୍ରଛାତ୍ରୀଙ୍କ ପାଠପଢା ଖର୍ଚ୍ଚ ସହ ଅନ୍ୟାନ୍ୟ ସୁବିଧା ବାବଦକୁ ସ୍କୁଲରେ ଫି ଦେଇଥାନ୍ତି ଅଭିଭାବକ ।

Related Posts