ଭିନ୍ନକ୍ଷମ ଶନିବାରିଙ୍କ ପାଖେ କେବେ ପହଞ୍ଚିବ ସରକାରୀ ସହାୟତା?, ଏବେ ବି ବର୍ଦ୍ଧିତ ଭତ୍ତାରୁ ବଞ୍ଚିତ..

ପାଲଲହଡା 04/04 – ସରକାରୀ ଵିଧି ବ୍ୟବସ୍ଥା ଭିତରେ ଛନ୍ଦି ହୋଇ ପଡିଛି ଭିନ୍ନକ୍ଷମ ଶନିବାରି ସୋରେନ | ଅଶି ଭାଗ ରୁ ଅଧିକ ଭିନ୍ନକ୍ଷମ ହୋଇ ବି ସରକାରଙ୍କ ବର୍ଦ୍ଧିତ ଭତ୍ତାରୁ ସେ ବଞ୍ଚିତ | ଏମିତି କିଛି ଖବର ସାମ୍ନାକୁ ଆସିଛି ପାଲଲହଡା ବ୍ଲକ ସଦର ଟାଉନ ଠାରୁ ମାତ୍ର ଦୁଇ କିଲୋମିଟର ଦୂର ଆଦିବାସୀ ବହୁଳ ବାରହାକୁଡ଼ର ଗାଁରୁ|

ସୂଚନା ଅନୁସାରେ ଈଶ୍ୱରନଗର ପଂଚାୟତ ଅନ୍ତର୍ଗତ ବାରହାକୁଦର ଗାଁର ରଞ୍ଜନ ସୋରେନ, ଜଣେ ଦିନ ମଜୁରିଆ ଭାବେ କାମ କରି ନିଜର ପରିବାର ପ୍ରତି ପୋଷଣ କରନ୍ତି | ସେ ନିଇତି ସକାଳୁ ସଞ୍ଜ ଯାଏ ଆଖ ପାଖ ଗାଁ ରେ ଦିନ ମଜୁରିଆ ଭାବେ କାମ କରି ଯାହା ରୋଜଗାର କରି ଆଣନ୍ତି ନିଜର ପାଞ୍ଚ ଜଣ ପୁଅ ଝିଅଙ୍କ ମୁହଁରେ ଦନା ମୁଠେ ଦେବାକୁ ତାଙ୍କ ପକ୍ଷେ କଷ୍ଟ ହୋଇ ପଡେ | ତା ପାଇଁ ସରକାରଙ୍କ ମାଗଣା ଆନ୍ତଦୟ ଚାଉଳ ନ କହିବା ଭଲ | ରଞ୍ଜନଙ୍କ ପାଇଁ ଆହୁରି ଦୁର୍ବିସହ ହୋଇ ପଡିଛନ୍ତି ତାଙ୍କର ବାର ବର୍ଷର ଭିନ୍ନକ୍ଷମ ଝିଅ ଶନିବାରି ସୋରେନ | ଝିଅ ଟି ସତେ ଯେମିତି ବୋଝ ପାଲଟି ଯାଇଛି | ଭାଗବାନଙ୍କ ବିଡମ୍ବନା ବି ବଡ଼ ବିଚିତ୍ର ସେ ଜନ୍ମ ରୁ ମୁକ, ବଧିର, ଗୋଡ଼ ହାତ କାମ କରୁ ନ ଥିବା ବେଳେ, ଶନିବାରି ସୋରେନ ଅଶି ଭାଗରୁ ଉର୍ଦ୍ଧ ଭୀର୍ଣ୍ଣ କ୍ଷମ ଥିବା ବେଳେ ସରକାର ଙ୍କ ଭାତ୍ତା ମାସକୁ ହଜାରେ ଟଙ୍କା (1000.00) ମାତ୍ର ପାଉଛନ୍ତି|

ନବୀନ ସରକାର ଯାଇ ଏବେ ମୋହନ ସରକାର ଆସିଲେ | ସରକାର ଭିନ୍ନକ୍ଷମମାନଙ୍କ ପାଇଁ ବର୍ଦ୍ଧିତ ଭାତ୍ତା ମଧ୍ୟ ଲାଗୁ କଲେ | ଯେଉଁଥିରେ ପାଲଲହଡା ଅଞ୍ଚଳର ଅନେକ ଭିନ୍ନକ୍ଷମ ଲୋକ ଉପକୃତ ହେଲେ, ମାତ୍ର ଶନିବାରି ସୋରେନ ସରକାରୀ ଵିଧି ବ୍ୟବସ୍ଥା ଭିତରେ ଛନ୍ଦି ହୋଇ ପଡି ସରକାର ଙ୍କ ବର୍ଦ୍ଧିତ ଭତ୍ତା 3500.00 ଟଙ୍କା ପାଇବା ରୁ ବଞ୍ଚିତ ହୋଇ ଗଲେ | ରଞ୍ଜନ ନିଜ ର ଭୀର୍ଣ୍ଣ କ୍ଷମ ଝିଅ କୁ ବାରମ୍ବାର ପଂଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ ଅଫିସକୁ ଯାଇଥିଲେ ସୁଦ୍ଧା ଏଯାଏ କୌଣସି ସୁଫଳ ମିଳି ପାରିଲା ନାହିଁ | ରଞ୍ଜନ, ଯାହାଙ୍କ ପାଇଁ ନିଜପରିବାର ର ଦନା ଗଣ୍ଡେ ଯୋଗାଡ଼ ପାଇଁ କଷ୍ଟ ସାଧ୍ୟ ହୋଇ ପଡେ ସେ ଵା କଣ ବୁଝିବ ସରକାରୀ ଦପ୍ତର ର ଭିତିରି କଥା | ଶୀତ ତାପ ନିୟନ୍ତ୍ରିତ ପ୍ରକୋଷ୍ଟ ରେ ବସି ସରକାରୀ କର୍ମଚାରୀ ମାନେ କେମିତି ଭୁଲି ଗଲେ ଏହି ଆଦିବାସୀ ଗରିବ ଭିନ୍ନକ୍ଷମ ଝିଅ ର କଥା |

ଏ ନେଇ ଆମେ ପାଲଲହଡା ବ୍ଲକ ଭତ୍ତା ବଣ୍ଟନ କରୁଥିବା ଅଧକାରୀଙ୍କ ସହିତ ଯୋଗାଯୋଗ କରିଥିଲୁ | ସେ ତାଙ୍କ ଉତ୍ତରରେ ରଖିଥିଲେ ଯେ, ତାଙ୍କର ଡାକ୍ତରଙ୍କ ପ୍ରମାଣ ଭିତିକ ପତ୍ର ସାମିଲ କରିଵା ପରେ ଯାଇ ଆମେ ବର୍ଦ୍ଧିତ ଭତ୍ତା ତାଲିକାରେ ତାଙ୍କୁ ସାମିଲ କରି ପାରିବୁ l ସରକାର କହୁଛନ୍ତି ଏଠି କେହି ଉପବାସ ରହିବେ ନାହିଁ ଆଉ ସରକାରଙ୍କ ସମସ୍ତ ସୁବିଧା ଗରିବ ଲୋକଙ୍କ ପାଖରେ ପହଂଚିବ, ହେଲେ କାଇଁ ଏଠି ସେହି ଗରିବ ଅପାଠୁଆ ଆଦିବାସୀ ମୁକ ବଧିର ଭିନ୍ନକ୍ଷମ ଶନିବାରି ସୋରେନ ପାଖରେ ସରକାର ପହଂଚି ପାରି ନାହାନ୍ତି | ବାସ୍ତବରେ ଏଠି ଭିନ୍ନକ୍ଷମ କିଏ ? ଶନିବାରି ସୋରେନ ନା ସରକାରଙ୍କର ଵିଧି ବ୍ୟବସ୍ଥା ? ଆଶା କରିବୁ ଏ ଦୃଶ୍ୟ ଦେଖିଲା ପରେ ସରକାର ଶନିବାରିଙ୍କୁ ସହାୟତାର ହାତ ବଢ଼ାଇବେ ଓ ପୁଣି ତାଙ୍କ ମୁହଁରେ ହସ ଫୁଟିଉଠିବ l

ରିପୋର୍ଟ: ସୁବ୍ରତ ଦାସ

Related Posts