ରାଜ୍ୟ ଗୁଇନ୍ଦା ବିଭାଗ କରୁଥିଲା କଣ, ଏତେଗୁଡ଼ାଏ ବିଦ୍ରୋହୀ ବିଧାୟକ ମହାରାଷ୍ଟ୍ର ବାହାରକୁ ଚାଲିଗଲେ ସରକାର ସୁରାକ ବି ପାଇଲେନି? : ଶରଦ ପାୱାର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ର ସରକାର ବର୍ତ୍ତମାନ ରାଜନୈତିକ ଅସ୍ଥିରତା ମଧ୍ୟରେ ଗତି କରୁଛି । ଏହା ମଧ୍ୟରେ ବିଦ୍ରୋହୀ ଶିବସେନା ବିଧାୟକଙ୍କ ମହାରାଷ୍ଟ୍ରରୁ ବିଜେପି ଶାସିତ ଗୁଜୁରାଟରେ ନିରାପଦ ସ୍ଥାନକୁ କିପରି ଗଲେ ସେନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଅର୍ଥାତ ଏତେଗୁଡ଼ାଏ ବିଦ୍ରୋହୀ ବିଧାୟକ ମହାରାଷ୍ଟ୍ର ବାହାରକୁ ଚାଲିଗଲେ ସରକାର କିପରି ସୁରାକ ବି ପାଇଲେନି ବୋଲି ପ୍ରଶ୍ନ କରିଛନ୍ତି ଏନସିପି ନେତା ଶରଦ ପାୱାର । ତେବେ ସୂତ୍ରରୁ ପ୍ରକାଶ ଯେ ୱାଲ୍ସ-ପାଟିଲ ଏବଂ ଜୟନ୍ତ ପାଟିଲ ବୁଧବାର ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ପାୱାରଙ୍କୁ ଭେଟିଥିଲେ।

ଦିଲ୍ଲୀରେ ଥିବା ଏନସିପି ମୁଖ୍ୟ ମଙ୍ଗଳବାର ବିଳମ୍ବିତ ରାତିରେ ମୁମ୍ବାଇ ଫେରିଥିଲେ ଏବଂ ଗୃହ ବିଭାଗ ତାଙ୍କ ଦଳର ନେତାଙ୍କ ନେତୃତ୍ୱରେ ଥିବାରୁ “ଗୁପ୍ତଚର ବିଫଳତା” ଉପରେ ବିରକ୍ତ ହୋଇଥିଲେ। ସେପଟେ ପାୱାର ବହୁତ ରାଗିଛନ୍ତି। ସେ ନିଜର ଅସନ୍ତୋଷକୁ ଦଳର ନେତାମାନଙ୍କୁ ଜଣାଇଥିଲେ। ବିଶେଷ କରି ମନ୍ତ୍ରୀଙ୍କ ସମେତ ଏତେ ସଂଖ୍ୟକ ବିଧାୟକ ଏହି ପଦକ୍ଷେପରେ ଥିବାବେଳେ କାହିଁକି ରାଜ୍ୟ ଗୁପ୍ତଚର ବିଭାଗ ସରକାରଙ୍କୁ ସଚେତନ କରିପାରିବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି ।

Related Posts