ମନ୍ତ୍ରୀ ପଦରୁ ବାଦ୍ ପଡିବା ପରେ ସାସଂଦ ବାବୁଲ ସୁପ୍ରିଓଙ୍କ ଫେସବୁକ୍ ପୋଷ୍ଟକୁ ନେଇ ପଶ୍ଚିମବଙ୍ଗ ବିଜେପିରେ ଘମାସାନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କେନ୍ଦ୍ର କ୍ୟାବିନେଟରୁ ବେଙ୍ଗଲ ବିଜେପି ନେତା ବାବୁଲ ସୁପ୍ରିଓ ବାଦ୍ ପଡିବା ପରେ ରାଜ୍ୟ ବିଜେପିରେ ଘମାସାନ ଆରମ୍ଭ ହୋଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓଙ୍କ ଏକ ଫେସବୁକ୍ ପୋଷ୍ଟକୁ ନେଇ ଏବେ ରାଜ୍ୟ ବିଜେପିରେ ବିବାଦ ଦେଖାଦେଇଛି। ଏହି ଫେସବୁକ୍ ପୋଷ୍ଟରେ କହିଛନ୍ତି ଯେ ସେ ମନ୍ତ୍ରୀ ପଦରୁ ବାଦ୍ ପଡିବା ପରେ ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲୀପ ଘୋଷଙ୍କ ଶବ୍ଦର ଅର୍ଥ ସେ ବୁଝିପାରି ନାହାଁନ୍ତି। ଏହା ପୂର୍ବରୁ ବାବୁଲ ସୁପ୍ରିଓ ସୋସିଆଲ ମିଡିଆରେ ଲେଖିଥିଲେ ଯେ ତାଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା ତେଣୁ ସେ ଇସ୍ତଫା ଦେଇଛନ୍ତି।

   ବାବୁଲ ସୁପ୍ରିଓ ଫେସବୁକ ପୋଷ୍ଟ୍ ରେ ଲେଖିଛନ୍ତି, ” ପ୍ରଦେଶ ଅଧ୍ୟକ୍ଷ ଭାବରେ ଦିଲୀପ ଦା ପ୍ରାୟତଃ ତାଙ୍କ ହୃଦୟର କଥା କୁହନ୍ତି। କିନ୍ତୁ ସେ ଏବେ ଆଉ କିଛି ଅଲଗା କଥା କହିଛନ୍ତି, ମୁଁ ଏହି କଥା ଶୁଣିବାକୁ ପାଇଛି। କିନ୍ତୁ ମୁଁ ଏହି କଥା ବୁଝି ପାରୁ ନାହିଁ ଯେ ସେ ମୋ ବିରୋଧରେ ଏଭଳି ଟିପ୍ପଣୀ କାହିଁକି କରୁଛନ୍ତି ? ମୁଁ ଖୁସି ଯେ ଦିଲୀପ ଦା ମୋର ‘ଇସ୍ତଫା’ରେ ଖୁସି ଅଛନ୍ତି। ସେ ପ୍ରଦେଶ ଅଧ୍ୟକ୍ଷ ଏବଂ ଅନ୍ୟ ସମସ୍ତଙ୍କୁ ସମ୍ମାନ କରନ୍ତି। ମୁଁ ମଧ୍ୟ ଦିଲୀପ ଦା’ ଙ୍କୁ ହୃଦୟରୁ ସମ୍ମାନ କରେ। “

 ଦି ଟେଲିଗ୍ରାଫରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଘୋଷ କିଛି ମିଡିଆ ଆଉଟଲେଟ୍ ଦିଲୀପ ଘୋଷଙ୍କ ସୂତ୍ରରୁ ପ୍ରକାଶ କରିଥିଲେ ଯେ ସୁପ୍ରିଓ ଜଣେ ସକ୍ରିୟ ମନ୍ତ୍ରୀ ଥିଲେ, କିନ୍ତୁ ମୁଖ୍ୟମନ୍ତ୍ରୀ ତାଙ୍କ ବିରୋଧରେ ସବୁବେଳେ ଅଶାଳୀନ ଶବ୍ଦ ପ୍ରୟୋଗ କରୁଥିଲେ । ମୋଦୀଙ୍କ ମନ୍ତ୍ରୀ ମଣ୍ଡଳରୁ ବାବୁଲ୍ ସୁପ୍ରିଓଙ୍କ ଇସ୍ତଫା ପରେ ଘୋଷ କହିଛନ୍ତି ଯେ ବର୍ତ୍ତମାନ ବାବୁଲ ଶାନ୍ତିରେ ରହି ପାରିବେ ।

 ବାବୁଲ ସୁପ୍ରିଓ 7 ଜୁଲାଇରେ ଏକ ଫେସବୁକ ପୋଷ୍ଟରେ ଲେଖିଛନ୍ତି ଯେ ତାଙ୍କୁ କେନ୍ଦ୍ର କ୍ୟାବିନେଟରୁ ଇସ୍ତଫା ଦେବାକୁ କୁହାଯାଇଛି। ପରବର୍ତ୍ତୀ ସମୟରେ ସେ ସ୍ପଷ୍ଟ କରିଥିଲେ ଯେ ସେ କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।

  ଏପଟେ ରବିବାର ଦିନ ଦିଲ୍ଲୀରେ ବେଙ୍ଗଲ ବିଜେପି ସଭାପତି ଦିଲୀପ ଘୋଷ ରାଷ୍ଟ୍ରୀୟ ବିଜେପି ଅଧ୍ୟକ୍ଷ ଜେପି ନାଡାଙ୍କୁ ଭେଟିଥିଲେ। ଟେଲିଗ୍ରାଫ୍ ବିଜେପି ସୂତ୍ରରୁ ପ୍ରକାଶ ଯେ ସୁପ୍ରିଓଙ୍କ ଏହି ବୟାନ ପାଇଁ ଘୋଷଙ୍କୁ ଦିଲ୍ଲୀ ଡକାଯାଇଥିଲା। ତେବେ ଘୋଷ ଏ ସମ୍ପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ସେ ନିର୍ବାଚନ ପରେ ନଡ୍ଡାଙ୍କ ସହ ସାକ୍ଷାତ କରିବାକୁ ଚାହୁଁଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ସମ୍ଭବ ହୋଇନଥିଲା।

 ଟେଲିଗ୍ରାଫ୍ ସୂତ୍ରରୁ ପ୍ରକାଶ ଯେ ପଶ୍ଚିମବଙ୍ଗ ବିଜେପି ଯୁବ ମୋର୍ଚ୍ଚା ମୁଖ୍ୟ ତଥା ବିଷ୍ଣୁପୁର ସାଂସଦ ସୌମିତ୍ର ଖାନଙ୍କୁ ମଧ୍ୟ ତାଙ୍କ ପଦରୁ ହଟାଇ ଦିଆଯାଇପାରେ। କୁହାଯାଉଛି ଯେ ସେ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ନପାଇବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏହି ପଦ ପାଇଁ ତିନୋଟି ନାମ ଉପରେ ଆଲୋଚନା ହେଉଛି।  ଏହାର ସର୍ବାଗ୍ରେ ଦିଲ୍ଲୀପ ଘୋଷଙ୍କ ଘନିଷ୍ଠ ସହଯୋଗୀ ବିମନ ଘୋଷ ଅଛନ୍ତି।

Related Posts