ଦିଲ୍ଲୀ ଓ ପଞ୍ଜାବ ଅପେକ୍ଷା ଗୁଜରାଟରେ ଜନତାଙ୍କୁ ଆହୁରି ଅନେକ ସୁବିଧା ଯୋଗାଇ ଦେବୁ : ଅରବିନ୍ଦ କେଜ୍ରିୱାଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି)ର ସଂଯୋଜକ ଅରବିନ୍ଦ କେଜରିୱାଲ ରବିବାର ଗୁଜରାଟର ବଡୋଦରା ପହଞ୍ଚିଛନ୍ତି । ସେଠାରେ ସେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ କେନ୍ଦ୍ରର ମୋଦି ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ଏହାସହ ଦିଲ୍ଲୀ ଓ ପଞ୍ଜାବ ଅପେକ୍ଷା ଗୁଜରାଟରେ ଦଳ ଜନତାଙ୍କୁ ଆହୁରି ଅନେକ ସୁବିଧା ଯୋଗାଇ ଦେବ ବୋଲି କଥା ଦେଇଛନ୍ତି ।

ସେ କହିଛନ୍ତି ଦିଲ୍ଲୀରେ ଆମେ ଯୁବକଙ୍କୁ ରୋଜଗାର ଯୋଗାଇ ଦେଇଛୁ । ସେହିପରି ଗୁଜରାଟରେ ମଧ୍ୟ ବେକାର ଯୁବକଙ୍କୁ ରୋଜଗାର ଯୋଗାଇ ଦେବୁ । ଯେ ପର୍ଯ୍ୟନ୍ତ ରୋଜଗାର ଯୋଗାଇ ଦେଇ ନାହାନ୍ତି, ସେପର୍ଯ୍ୟନ୍ତ ସମସ୍ତ ବେକାର ଯୁବକଙ୍କୁ ମାସିକ ୩,୦୦୦ଟଙ୍କା ଭତ୍ତା ଦେବେ ବୋଲି ଘୋଷଣା କରିଛନ୍ତି କେଜ୍ରିୱାଲ । ଏହା ସହ ସେ ରାଜ୍ୟରେ ୧୦ ଲକ୍ଷ ସରକାରୀ ଚାକିରି ଦେବେ । ପେପର ଲିକ୍ ବିରୋଧରେ କଠୋର ଆଇନ ଆଣିବେ ।ପଞ୍ଜାବରେ ଏବେ ଅଧିକାଂଶ ପରିବାରର ବିଜୁଳି ବିଲ୍ ଜିରୋ ଆସୁଛି । ସେମିତି ଗୁଜରାଟରେ ଯଦି ତାଙ୍କୁ ସୁଯୋଗ ମିଳେ ଏହାବି ଅସମ୍ଭବ ନୁହେଁ ଯେ ଅଧିକାଂଶ ପରିବାରର ବିଜୁଳି ବିଲ ଜିରୋ ଆସିବ ବୋଲି କେଜ୍ରିୱାଲ କହିଛନ୍ତି ।

Related Posts