ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଦେଶରେ ତୁଷ୍ଟିକରଣ ରାଜନୀତି ଏବେ ଚରମ ସୀମାରେ ପହଞ୍ଚିଛି। ପ୍ରାୟ ସବୁଦଳ ଅଳ୍ପେ ବହୁତେ ତୁଷ୍ଟିକଣ ରାଜନୀତି କରି କ୍ଷମତା ଦଖଲ ରେସ୍ରେ ଲାଗିପଡ଼ିଛନ୍ତି। ଏଥିପାଇଁ କେଉଁଠି କୋଟା ବଢାଯାଉଛି ତ କେଉଁଠି ସଂଖ୍ୟାଲଘୁଙ୍କ ପାଇଁ ସ୍ପେଶାଲ୍ ଅଫର ଦିଆଯଉଛି। ଏମିତିରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ମଧ୍ୟ ପଛରେ ନାହାନ୍ତି। ଯଦି ସେ ଜିତନ୍ତି ତେବେ ରାଜ୍ୟରେ ମୁସଲିମ୍ ଯୁବବର୍ଗ ପାଇଁ ଆଇଟି ପାର୍କ କରିବେ ବୋଲି ବିଆର୍ଏସ୍ ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କହିଛନ୍ତି।
ମହେଶ୍ୱରମ୍ରେ ଆୟୋଜିତ ରାଲିକୁ ସମ୍ବୋଧନ କରି କେସିଆର୍ ଏହି ଘୋଷଣା କରିଛନ୍ତି। ଏହି ଆସନରୁ ବର୍ତ୍ତମାନ ତେଲେଙ୍ଗାନା ଶିକ୍ଷାମନ୍ତ୍ରୀ ଥିବା ବିଆର୍ଏସ୍ ପ୍ରାର୍ଥୀ ସବିତ ଇନ୍ଦ୍ର ରେଡ୍ଡୀ ପ୍ରାର୍ଥୀ ହୋଇଛନ୍ତି। ନଭେମ୍ବର ୩୦ରେ ନିର୍ବାଚନ ହେବ। ଏହି ଆସନରୁ ମୁସଲିମ୍ ଭୋଟ୍ ହାତେଇବା ପାଇଁ କେସିଆର୍ ଏହି ଘୋଷଣା କରିଛନ୍ତି। ହାଇଦ୍ରାବାଦର ପାହାଡ଼ି ସରୀଫ ପାଖରେ ଆଇଟି ପାର୍କ ହେବ ବୋଲି କେସିଆର କହିଚନ୍ତି।
ଏଥିସହିତ ସମସ୍ତଙ୍କ ପାଇଁ ପେନ୍ସନ୍ ଓ ସ୍କୁଲ୍ ଖୋଲାଯାଇଛି। ଆମେ ସମସ୍ତଙ୍କୁ ନେଇ ଚାଲୁ ହେଲେ ବିଜେପି ଦେଶର ମାହୋଲ ବିଗାଡ଼ୁଛି ବୋଲି କେସିଆର୍ ଅଭିଯୋଗ କରିଛନ୍ତି। ଏଥିସହିତ ଗତ ବର୍ଷ କେସିଆର୍ ସରକାର ସଂଖ୍ୟାଲଘୁ ଉନ୍ନତି ପାଇଁ ୧୨ ହଜାର କୋଟି ଖର୍ଚ୍ଚ କରିଛନ୍ତି। ଆମେ ରାଜ୍ୟକୁ ସେକ୍ୟୁଲାର୍ କରି ରଖିବୁ ବୋଲି କେସିଆର୍ କହିଛନ୍ତି।