ଯେଉଁ ଅଧିକାରୀ ବା ବ୍ୟକ୍ତି ଅକ୍ସିଜେନ୍ ଟ୍ୟାଙ୍କର ଅଟକାଇବ ତାକୁ ଆମେ ଫାଶୀ ଦେଇଦେବୁ ; ଦିଲ୍ଲୀ ହାଇକୋର୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର :କରୋନା ମହାମାରୀ ଦିଲ୍ଲୀ ରେ ଉତ୍କଟ ସ୍ଥିତି ନେଉଥିବା ବେଳେ ଅମ୍ଳଜାନ ଯୋଗାଣ ନେଇ ଦିଲ୍ଲୀ ହାଇକୋର୍ଟ ଶୁଣାଣି କରିଛନ୍ତି। ଆଜି ଦିଲ୍ଲୀ ହାଇକୋର୍ଟ କହିଛନ୍ତିଯେ କରୋନା ମହାମାରୀ ତରଙ୍ଗ ନୁହେଁ ଏହା ଏକ ସୁନାମୀ। ଏହା ମଧ୍ୟ କହିଛନ୍ତି ଯେ ଯଦି କେନ୍ଦ୍ର, ରାଜ୍ୟ କିମ୍ବା କୖଣସି ସ୍ଥାନୀୟ ପ୍ରଶାସନ ଅମ୍ଳଜାନ ପରିବହନରେ ବାଧା ସୃଷ୍ଟି କରିବ ତେବେ ସେହି ବ୍ୟକ୍ତିଙ୍କୁ ଫାଶୀ ଦିଆ ଯିବ । ଅମ୍ଳଜାନ ଯୋଗାଣରେ କିଏ ବାଧା ସୃଷ୍ଟି କରୁଛି ତାହାର ଏକ ସ୍ପଟିକରଣ ଦେବାକୁ କୋର୍ଟ ଦିଲ୍ଲୀ ସରକାରଙ୍କୁ ମାଗିଛନ୍ତି କାରଣ ‘ଆମେ ସେହି ବ୍ୟକ୍ତିଙ୍କୁ ଫାଶୀ ଦେବୁ’। ବେଞ୍ଚ ଆହୁରି କହିଛନ୍ତି ଯେ ଆମେ କାହାକୁ ଛାଡିବୁ ନାହିଁ। ଏହା ମଧ୍ୟ୍ୟ କହିଛନ୍ତି ସ୍ଥାନୀୟ ପ୍ରଶାସନ ଏଭଳି କାମ କରୁଥିବା ଅଧିକାରୀଙ୍କ ବିଷୟରେ ସୂଚନା ଦେବାକୁ ଦିଲ୍ଲୀ ସରକାରଙ୍କୁ କହିଛନ୍ତି। ଯାହା ଦ୍ଵାରା ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ।ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ହରିୟାଣା ସରକାରଙ୍କୁ ଦିଲ୍ଲୀର ମେଡିକାଲକୁ ଅମ୍ଳଜାନ ଯୋଗାଣରେ ଅବରୋଧ କରିଥିବା ଅଭିଯୋଗ ଆଣିବାର କିଛି ଦିନ ପରେ କୋର୍ଟର ଏହି ରାୟ ସୁଣାଇଛନ୍ତି। ଜଷ୍ଟିସ୍ ଭିପିନ୍ ସାଙ୍ଗୀ ଏବଂ ରେଖା ପଲ୍ଲୀଙ୍କ ଏକ ବେଞ୍ଚ ମହାରାଜା ଆଗ୍ରାସେନ ହସ୍ପିଟାଲର ଏକ ଆବେଦନ ଶୁଣାଣି ସମୟରେ COVID-19 ରୋଗୀଙ୍କ ଅମ୍ଳଜାନ ଅଭାବକୁ ନେଇ ଗୁରୁତ୍ୱର ଶୁଣାଣି କରିଛନ୍ତି।ଦିନକୁ ୪୮୦ ମେଟ୍ରିକ୍ ଟନ୍(MT) ଅମ୍ଳଜାନ ଯୋଗାଣକୁ ନେଇ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଗତ କିଛି ଦିନ ମଧ୍ୟରେ ଦିନକୁ ମାତ୍ର ୩୮୦ MT ଅମ୍ଳଜାନ ମିଳୁଛି ଏବଂ ଶୁକ୍ରବାର ଦିନ ଏହା ପ୍ରାୟ ୩୦୦ MT ପାଇଛି ବୋଲି ଦିଲ୍ଲୀ ସରକାର କହିବା ପରେ ଏହି ପ୍ରଶ୍ନ ଉଠିଛି। ଆମକୁ ଦୈନିକ ୪୮୦ MT ଅମ୍ଳଜାନ ଦିଲ୍ଲୀରେ ପହଞ୍ଚିବ | ଏହା କେବେ ଆସିବ ଆମକୁ କୁହ? ବୋଲି ଦିଲ୍ଲୀ ହାଇକୋର୍ଟ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି। ଏହା ମଧ୍ୟ ଆଶା କରାଯାଛି ମେ ମାସରେ ଦ୍ୱିତୀୟ COVID-19 ଲହରୀ ଶିଖର ମୁକାବିଲା ପାଇଁ ପ୍ରସ୍ତୁତି ବିଷୟରେ କେନ୍ଦ୍ରକୁ ପଚାରିଛନ୍ତି ​​। COVID-19 ମୃତ୍ୟୁ ହାର ହ୍ରାସ କରିବାକୁ ହାଇକୋର୍ଟ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କୁ ମଧ୍ୟ କହିଛନ୍ତି। ଅନେକ ଡାକ୍ତରଖାନାର ଅମ୍ଳଜାନ ଯୋଗାଣର ଅଭାବ ଅଭିଯୋଗରେ ଏହି ଶୁଣାଣି ହୋଇଛି। ଜୟପୁର ଗୋଲଡେନ୍ ହସ୍ପିଟାଲ୍ ଯେଉଁଠାରେ ଅମ୍ଳଜାନ ସଙ୍କଟ ମଧ୍ୟରେ ଅତି କମରେ କୋଡ଼ିଏ ଗୁରୁତର ରୋଗୀ ରାତାରାତି ମୃତ୍ୟୁ ବରଣ କରିଥିଲେ।

Related Posts