ଆମକୁ ୧୯୯୦ରେ ହିଁ କାଶ୍ମୀର ଛାଡ଼ିଦେବାର ଥିଲା, କାଶ୍ମୀରରେ ଅଟକି ଆମେ ଆମର ଜୀବନ ନଷ୍ଟ କରିଦେଇଛୁ: କାଶ୍ମୀର ପଣ୍ଡିତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଥିବା କଶ୍ମୀର ପଣ୍ଡିତ ବାଲ କୃଷ୍ଣ ଭଟ୍ଟଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ଏହା ମଧ୍ୟରେ କୃଷ୍ଣ ଭଟ୍ଟଙ୍କ ଭାଇ ଅନୀଲ କୁମାର ଭଟ୍ଟ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଦୋକାନରେ ପଶି ମୋ ଭାଇ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏବେ ଭାବୁଛୁ କି କଶ୍ମୀରରେ ଅଟକି ନିଜର ଜୀବନ ନଷ୍ଟ କରି ଦେଇଛୁ। ଆମକୁ ୧୯୯୦ରେ କଶ୍ମୀରରୁ ଚାଲିଯିବାର ଥିଲା। କଶ୍ମୀରରେ ଅଟକି ଆମେ ବହୁତ ବଡ଼ ଭୁଲ କରି ଦେଇଛୁ। କଶ୍ମୀରରେ ହିନ୍ଦୁ ରୁହନ୍ତି ଏହା କେହି ଚାହାନ୍ତି ନାହିଁ। ଲୋକମାନେ କେବଳ ଆମ ସମ୍ପତ୍ତି ହାତେଇବାକୁ ଚାହାନ୍ତି। ଲୋକମାନେ ଆମ ଶ୍ମଶାନ ଘାଟକୁ ବି ଛାଡ଼ି ନଥିଲେ। ସେହି ସ୍ଥାନରେ ବି ଘର ତିଆରି କରି ଦେଇଥିଲେ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ସେପଟେ ଜମ୍ମୁ କଶ୍ମୀରର ସୋପିଆ ଜିଲ୍ଲାରେ ଆତଙ୍କବାଦୀ ଗତ ସେମାବାର କଶ୍ମୀର ପଣ୍ଡିତ ବାଲ କୃଷ୍ଣ ଭଟ୍ଟ ଓରଫ ସୋନୁଙ୍କ ଉପରେ ଗୁଳି ଚାଳନା କରିଥିଲେ।

ତାଙ୍କ ଶରୀରରେ ତିନିଟି ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ସୋନୁଙ୍କୁ ଶ୍ରୀନଗରର ସେନା ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା। ପେସାରେ ମେଡିକାଲ ଷ୍ଟୋର ପରିଚାଳକ ଥିବା ବାଲ କୃଷ୍ଣ ଭଟ୍ଟ କଶ୍ମୀରରୁ ପଣ୍ଡିତ ବିସ୍ଥାପନ ସମୟରେ ଘାଟି ଛାଡ଼ି ନଥିଲେ। ସେ ଗତ ୩୦ବର୍ଷ ହେବ କଶ୍ମୀରରେ ରହି ଆସୁଛନ୍ତି। କିଛିଦିନ ତଳେ ଆତଙ୍କବାଦୀ ୭ଜଣଙ୍କୁ ଗୁଳି କରିଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି । ଗୋଟିଏ ପଟେ କାଶ୍ମୀର ପଣ୍ଡିତମାନଙ୍କୁ ନେଇ କାଶ୍ମୀର ଫାଇଲ୍ସ ନିର୍ମିତ ହୋଇଥିବାବେଳେ ବିର୍ତ୍ତମାନ ମଧ୍ୟ ସୀମାରେ କାଶ୍ମୀର ପଣ୍ଡିତମାନେ ସୁରକ୍ଷିତ ନୁହନ୍ତି । ଏହା ଦର୍ଶାଉଛି ଯେ ୧୯୯୦ ମସିହାରେ ସେଠାକାର ସ୍ଥିତି କଣ ରହିଥିଲା । ହେଲେ ଏନେଇ କେନ୍ଦ୍ର ସରକାର କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବିଷୟ ।

Related Posts