ବିବେକ ଅଗ୍ନିହୋତ୍ରୀଙ୍କ ମୁଭି କାଶ୍ମୀର ଫାଇଲ ପାଇଁ ଗଲା ରାହୁଲ ଭଟ୍ଟଙ୍କ ଜୀବନ: PDP ମୁଖ୍ୟ ମେହେବୁବା ମୁଫତି

ଶ୍ରୀନଗର : ଅନେକ ସମୟରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଆସୁଥିବା ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା PDP ମୁଖ୍ୟ ମେହେବୁବା ମୁଫତି ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି | ଏଥସହ ବିବେକ ଅଗ୍ନିହୋତ୍ରୀଙ୍କ ମୁଭି କାଶ୍ମୀର ଫାଇଲକୁ ନେଇ ମଧ୍ୟ ନିଜ ମତ ରଖିଛନ୍ତି | କେନ୍ଦ୍ର ସରକାରଙ୍କ ନୀତି କାଶ୍ମୀରରେ ବିଫଳ ହୋଇଛନ୍ତି ଏଥିସହ କାଶ୍ମୀରରେ ଲାଗୁ ହୋଇଥିବା କେନ୍ଦ୍ରୀୟ ନୀତିକୁ ବିଜେପି ଫେରାଇ ନେବା ଉଚିତ ବୋଲି କହିଛନ୍ତି ମେହେବୁବା ମୁଫତି |

କେନ୍ଦ୍ରକୁ ଅଟଳ ବିହାରୀ ବାଜପେୟୀ ଓ ମୁଫତି ମହମ୍ମଦ ସୟଦଙ୍କ ନୀତିକୁ ଆପଣେଇବାକୁ ପଡିବ । କେନ୍ଦ୍ର ସରକାର ଗୁପ୍ତ ଗଠବନ୍ଧନକୁ ଡରୁଛନ୍ତି । କାହିଁକିନା ଗଠବନ୍ଧନ ହେଲେ ବିଜେପି ସରକାରଙ୍କ ଘାଟିରେ ଲାଗୁ କରିଥିବା ସମସ୍ତ ଯୋଜନା ଫେଲ ମାରିବ ।ସେଥିପାଇଁ କେନ୍ଦ୍ର ସରକାର ଭୟଭୀତ ହେଉଛନ୍ତି ବୋଲି କହିଛନ୍ତି ମୁଫତି । ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ମଧ୍ୟରେ ବର୍ଷ ବର୍ଷ ଧରି ବିଭିନ୍ନ ପ୍ରସଙ୍ଗରେ ବିବାଦ ଲାଗି ରହିଛି ।ସେହିପରି କାଶ୍ମୀର ପଣ୍ତିତ ରାହୁଲ ଭଟ୍ଟଙ୍କ ହତ୍ୟା ଘଟଣା ନେଇ କେନ୍ଦ୍ରକୁ ଘେରିଛନ୍ତି ମେହେବୁବା ।

ରାହୁଲ ଭଟ୍ଟଙ୍କୁ ହତ୍ୟା ପାଇଁ ବିବେକ ଅଗ୍ନିହୋତ୍ରୀଙ୍କ ମୁଭି କାଶ୍ମୀର ଫାଇଲକୁ ଦାୟୀ କରିଛନ୍ତି । କାଶ୍ମୀର ପଣ୍ତିତଙ୍କ ପାଇଁ ଏହା ନିରାପଦ ସ୍ଥାନ । 2016ରେ ମଧ୍ୟ ଏଠାରେ କୈଣସି କାଶ୍ମୀର ପଣ୍ତିତଙ୍କୁ ହତ୍ୟା କରାଯାଇ ନାହିଁ । ବଂର କାଶ୍ମୀର ଫାଇଲ ମୁଭି ଜାମ୍ମୁ କାଶ୍ମୀରରେ ହିଂସା ସୃଷ୍ଟି କରିଛି ବୋଲି ସେ କହିଛନ୍ତି ।

ପ୍ରକାଶ ଥାଉ କି, ମେ ୧୨ରେ ବୁଡଗାମ ଚଡୁରାସ୍ଥିତ ତହସିଲଦାର କାର୍ଯ୍ୟାଳୟରେ ପଶି ରାହୁଲ ଭଟ୍ଟଙ୍କୁ ଗୁଳି କରି ହତ୍ୟା କରିଥିଲେ ଆତଙ୍କବାଦୀ । ଏହାପରେ କଶ୍ମୀରରେ ସ୍ଥିତି ବିଗିଡି ଯାଇଥିଲା ।

Related Posts