କଂଗ୍ରେସରୁ ଇସ୍ତଫା ଦେଲେ ଜମ୍ମୁ ଓ କଶ୍ମୀରର ପୂର୍ବତନ ମହାରାଜା ହରି ସିଂଙ୍କ ନାତି ବିକ୍ରମାଦିତ୍ୟ ସିଂ, ଟୁଇଟ କରି ଦେଲେ ସୂଚନା

ବ୍ୟକ୍ତିଗତ ଦୃଷ୍ଟିକୋଣ ମେଳ ଖାଉନାହିଁ ବୋଲି ଦର୍ଶାଇ ଇସ୍ତଫା ଦେଲେ କଂଗ୍ରେସ ନେତା ତଥା ଜମ୍ମୁ ଓ କଶ୍ମୀରର ପୂର୍ବତନ ମହାରାଜା ହରି ସିଂଙ୍କ ନାତି ବିକ୍ରମାଦିତ୍ୟ ସିଂ । ଏନେଇ ସେ ନିଜେ ଏହି ସଂପର୍କରେ ଟୁଇଟ କରି ସେ ଲେଖିଛନ୍ତି “ ମୁଁ କଂଗ୍ରେସ ଦଳରୁ ଇସ୍ତଫା ଦେଉଛି । ଜାତୀୟ ସ୍ବାର୍ଥ ସହ ଜଡ଼ିତ ଜମ୍ମୁ ଓ କଶ୍ମୀର ପ୍ରସଙ୍ଗରେ ମୋର ବ୍ୟକ୍ତିଗତ ମତ କଂଗ୍ରେସ ଦଳର ମତ ସହ ମେଳ ଖାଉନାହିଁ । କଂଗ୍ରେସ ପ୍ରକୃତ ବାସ୍ତବତାଠାରୁ ଦୂରରେ ରହିଛି ।“

ବିକ୍ରମାଦିତ୍ୟ ବରିଷ୍ଠ କଂଗ୍ରେସ ନେତା ଡ. କରନ ସିଂଙ୍କ ପୁଅ । ସେ ୨୦୧୯ ଲୋକସଭା ନିର୍ବାଚନରେ ଉଦ୍ଧମପୁର ଲୋକସଭା ଆସନରୁ କଂଗ୍ରେସ ଟିକେଟରେ ଲଢିଥିଲେ । ସେ ମଧ୍ୟ ୨୦୧୫ରେ ଜମ୍ମୁ ଓ କଶ୍ମୀର ବିଧାନ ପରିଷଦର ସଦସ୍ୟ ମନୋନୀତ ହୋଇଥିଲେ ।

Related Posts