ଛତ୍ରପୁର ବିଇଓ ସୀତାରାମ ପାତ୍ରଙ୍କ ଘରେ ଭିଜିଲାନ୍ସ ରେଡ

ଭୁବନେଶ୍ୱର,୩୧/୮(ସତ୍ୟପାଠ ବ୍ୟୁରୋ): ଭିଜିଲାନ୍ସ ଜାଲରେ ବଡ଼ବାବୁ। ଗଞ୍ଜମ ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍। ଛତ୍ରପୁର ବିଇଓ ସୀତାରାମ ପାତ୍ରଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ।

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୬ଟି ସ୍ଥାନରେ ରେଡ୍ ଚାଲିଛି। ଛତ୍ରପୁର ଅଫିସ୍ ସମେତ ବ୍ରହ୍ମପୁରର ୩ଟି ଓ ପୋଲସରାର ୨ଟି ସ୍ଥାନରେ ରେଡ୍ ହୋଇଛି । ପୋଲସରା ବଜାର ସାହିସ୍ଥିତ ପୈତୃକ ବାସଭବନରେ ଭିଜିଲାସନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି l ପାଞ୍ଚ ଜଣିଆ ଭିଜିଲାସନ୍ସ ଟିମ ଆଜି ସକାଳୁ ପୈତୃକ ଭବନରେ ପହଞ୍ଚି କାଗଜପାତ୍ର ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି l

ସେହିଭଳି ବ୍ରହ୍ମପୁର ଭିଜିଲାନସ ପକ୍ଷରୁ ଗଞ୍ଜାମ ଜିଲ୍ଲାର ଛତ୍ରପୁର ସରକାରୀ କାର୍ଯ୍ୟାଳୟ, ବ୍ରହ୍ମପୁର ସହରର ରାମକୃଷ୍ଣନଗର ଓ ପୋଲସରା ବାସଭବନରେ ଏକାକାଳୀନ ତିନୋଟି ସ୍ଥାନରେ ଚାଲିଛି ରେଡ୍ । ଚଢାଉରେ ୫ଡିଏସପି, ୪ଇନ୍ସପେକ୍ଟର, ୫ଏସଆଇ ଓ ଏଏସଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି।

Related Posts