ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର,୨/୯(ସତ୍ୟପାଠ ବ୍ୟୁରୋ):   ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ରେଡ୍ ମାରିଛି ଭିଜିଲାନ୍ସ । ଧରଣୀଧରଙ୍କ ୫ ଠିକଣାରେ ଛାପା ମାରିଛି ଭିଜିଲାନ୍ସ ଟିମ୍ । 

ଧରଣୀଧରଙ୍କ ତାଳଚେର ବାସଭବନ, ତେଲକୋଇ ଥାନା ଛାମୁଣ୍ଡା ଗାଁରେ ଥିବା ପୈତୃକ ଘର, ଭୁବନେଶ୍ବର ଘର, ସିଂକୁଳବାହାଲରେ ଥିବା ମାର୍କେଟ କଂପ୍ଲେକ୍ସ ଓ କେନ୍ଦୁଝର ପଣ୍ଡାପଡ଼ା ଥାନା ପୁରମୁଣ୍ଡାରେ ଥିବା ଶ୍ବଶୂର ଘରରେ ଏକକାଳୀନ ରେଡ୍ ଚାଲିଛି।

ଧରଣୀଧର ବାଲିଆ ମାଫିଆ ଓ ପଥର ମାଫିଆଙ୍କୁ ଅନୁକମ୍ପା ଦେଖାଇ ତାଙ୍କ ନିକଟରୁ ଟଙ୍କା ନେଉଥିବା ତାଙ୍କ ନାଁରେ ଅଭିଯୋଗ ହୋଇଥିଲା । ଚଢ଼ାଉରେ ୧୦ DSP, ୧୬ ଇନ୍ସପେକ୍ଟର ଓ ୭ SI ସାମିଲ ଅଛନ୍ତି। ଚଢ଼ାଉ ଚାଲିଥିବାରୁ ମୋଟ୍‌ ସମ୍ପତ୍ତିର ଆକଳନ କରାଯାଇନାହିଁ । ପରେ ଏ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରିବ ବୋଲି ଜନୈକ ଭିଜିଲାନ୍ସ ଅଧିକାରୀ କହିଛନ୍ତି । ତାଳଚେର ପୂର୍ବରୁ ଧରଣୀଧର କେନ୍ଦୁଝରରେ କାର୍ଯ୍ୟରତ ଥିଲେ। ସେ ତାଳଚେରରେ ପ୍ରାୟ ୨ ବର୍ଷ ହେବ ରହିଆସୁଛନ୍ତି।

Related Posts