ଅସଦାଚରଣ ସହ ଯୌନ ନିର୍ଯାତନା ଉଦ୍ୟମ ବେଳେ ପ୍ରତିବାଦ କଲେ ପୀଡ଼ିତା: ପେପର କଟରରେ ମୁହଁକୁ ଆକ୍ରମଣ କଲେ ଅଭିଯୁକ୍ତ, ପୀଡ଼ିତା ଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ

ଭୋପାଳ: ମଧ୍ୟପ୍ରଦେଶର ଜଣେ ମହିଳାଙ୍କୁ କେତେଜଣ ଅସଦାଚରଣ ସହ ଯୌନ ନିର୍ଯାତନା ଅଭିଯୋଗ ହୋଇଛି । ଏନେଇ ଉଦ୍ୟମ ବେଳେ ପୀଡ଼ିତା ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ପେପର କଟରରେ ତାଙ୍କ ମୁହଁକୁ ଆକ୍ରମଣ କରିଛନ୍ତ । ଫଳରେ ପୀଡ଼ିତାଙ୍କ ମୁହଁରେ ୧୧୮ଟି ଷ୍ଟିଚ୍‌ କରାଯାଇଛି।

ପୋଲିସ ସୂଚନା ମୁତାବକ, ଭୋପାଳର ଟିଟି ନଗରରେ ଶୁକ୍ରବାର ଏହି ଘଟଣା ଘଟିଛି। ମହିଳା ଜଣକ ସ୍ବାମୀଙ୍କ ସହ ଏକ ହୋଟେଲକୁ ଯାଇଥିଲେ। ସେଠାରେ ପାର୍କିଂକୁ କେନ୍ଦ୍ର କରି ୩ ଜଣଙ୍କ ସହ ପାଟିତୁଣ୍ଡ ହୋଇଥିଲା। ପରେ ସେମାନେ ମହିଳାଙ୍କୁ ଅଶ୍ଳୀଳ କମେଣ୍ଟ କରିବା ସହ ଅସଦାଚରଣ କରିଥିଲେ। ପ୍ରତିବାଦରେ ମହିଳା ଜଣକ ଜଣେ ଅଭିଯୁକ୍ତଙ୍କୁ ଚାପୁଡ଼ା ମାରିଥିଲେ। କିଛି ସମୟ ପରେ ଦମ୍ପତି ହୋଟେଲ ବାହାରକୁ ଆସିବା ପରେ ପୂର୍ବରୁ ଜମି ରହିଥିବା ଅଭିଯୁକ୍ତମାନେ ମହିଳାଙ୍କ ମୁହଁକୁ କଟରରେ ଆକ୍ରମଣ କରିଥିଲେ। ଘଟଣାରେ ବାଦଶାହା ବେଗ୍‌ ଏବଂ ଅଜୟ ଓରଫ୍‌ ବିଟ୍ଟି ସିବ୍‌ଦେଙ୍କୁ ଗିରଫ କରାଯାଇଛି। ପୋଲିସ ଅନ୍ୟଜଣଙ୍କୁ ଗିରଫ ପାଇଁ ତନାଘନା ଚଳାଇଛି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରବିବାର ପୀଡ଼ିତାଙ୍କୁ ଭେଟି ତାଙ୍କର ସାହାସିକତା ପାଇଁ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଦେଇଛନ୍ତି। ଏପରିକି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

Related Posts