ଡ୍ୟୁଟି କରୁଥିବା ସମୟରେ ମାଡ଼ିଗଲା ଗାଡି: ପୋଲିସ ଏସଆଇଙ୍କ ମୃତ୍ୟୁ

ଯାଜପୁର: ଭଦ୍ରକ ଟାଉନ ଥାନା ସବ ଇନ୍ସପେକ୍ଟର ସୁଜିତ ପାଣ୍ଡବଙ୍କ ଦେହାନ୍ତ | ପାଟ୍ରୋଲିଂ କରୁଥିବା ସମୟରେ ସୁଜିତ କୁମାର ପାଣ୍ଡବଙ୍କ ଉପରେ ଏକ ହାଇୱା ମାଡ଼ି ଯିବାରୁ ତାଙ୍କର ମୃତ୍ୟୁ ହୋଇଛି | କାର୍ଯ୍ୟରତ ଥିବା ସମୟରେ ଭଦ୍ରକ ଜିଲ୍ଲା ଚରମ୍ପା ଅଞ୍ଚଳର ସୁଜିତ କୁମାର ପାଣ୍ଡବ ନିଜ ଡିଉଟି କରୁଥିବା ସମୟରେ ନଳାଙ୍ଗଠାରେ ତାଙ୍କ ଉପରେ ଯାଇଥିଲା ହାଇୱା ଗାଡ଼ି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ପରେ ଅବସ୍ଥା ସଂକଟାପନ୍ନ ହେବାରୁ ଯାଜପୁରରୁ କଟକ ନିଆଯାଉଥିବା ସମୟରେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ହାଇୱା ଗାଡ଼ିକୁ ଜବତ କରିବା ସହ ପୁଲିସ ଡ୍ରାଇଭରଙ୍କୁ ଅଟକ ରଖିଛି। ସେପଟରେ ପୋଲିସର ଅବହେଳା ଯୋଗୁ ଆଜି ମୋ ଭାଇ ,ବାପା ଙ୍କ ଜୀବନ ଯାଇଥିବା କହିଛନ୍ତି ପରିବାର ଲୋକେ ।

କହିବା କଥା ଘଟଣା ଘଟିବାର ଦୁଇ ଘଣ୍ଟା ପରେ ପରିବାରଙ୍କୁ ଜଣା ଯାଇଥିଲା । ତାଙ୍କୁ କଟକ ନ ନେଇ ଆମକୁ କାହିଁକି ଅପେକ୍ଷା କରିଥିଲେ ପୋଲିସ ଓ ଆମ୍ବୁଲାସ ବୋଲି ପ୍ରଶ୍ନ କରିଛନ୍ତି ପରିବାର ଲୋକେ । ମୃତ ହେବାର ଦୁଇ ଘଣ୍ଟା ବିତିଲା ଗଲାଣି ଏ ଯାଏଁ ତାଙ୍କର କୌଣସି ଅଧିକାରୀ ଆସୁନାହାନ୍ତି କି ଫୋନ କରୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ମୃତ ସୁଜିତଙ୍କ ପୁଅ ଆଉ ଭଉଣୀ ।

ତେବେ ଏଠି ପ୍ରଶ୍ନ ଉଠୁଛି ଦୁଇଜଣ ଆଗ ପଛ ହୋଇ ଆସୁଥିବା ବେଳେ ସୁଜିତ ଙ୍କ ଉପରେ ଗାଡି ମାଡିଯିବା ସନ୍ଧେହ ଘେରକୁ ଆସିଛି । ଜାଣି ଶୁଣି ସୁଜିତଙ୍କ ଉପରେ ଗାଡି ମାଡି ଦିଆଯାଇଛି କି ? ନାଁ ଆଉ କିଛି କାରଣ ? ସେପଟରେ ମାଡି ଦେଇଥିବା ଗାଡି ଓ ଡ୍ରାଇଭର କୁ ଭଦ୍ରକ ପୋଲିସ ଅଟକ ରଖି ଅଧିକ ତଦନ୍ତ ଚଳାଇ ଥିବା ଜଣାପଡିଛି ।

Related Posts