ନିଜ ବିଧାନସଭା ଆସନରୁ ହାରିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶର ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଏହା ମଧ୍ୟରେ ଉତ୍ତରାଖଣ୍ଡରେ ବିଜେପି ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଖଟିମା ବିଧାନସଭା ଆସନରୁ ହାରିଯାଇଛନ୍ତି । ତେବେ କଂଗ୍ରେସ ପ୍ରାର୍ଥୀ ଭୁବନ ଚନ୍ଦ୍ର କାପ୍ରିଙ୍କ ଠାରୁ ୬ ହଜାର ୯୫୧ଟି ଭୋଟରେ ସେ ହାରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ଧାମି ପୂର୍ବରୁ ୨୦୧୨ ଓ ୨୦୧୭ ମସିହାରେ ଏହି ଆସନରୁ ଜିତିଥିଲେ ।

Related Posts