ୟୁପି ପଲିଟିକ୍ସ; ଉତ୍ତରପ୍ରଦେଶରେ କେଉଁ ଦଳ ସରକାର ଗଠନ କରିବ, ସେନେଇ କଣ କହିଲେ ରାକେଶ ଟିକାୟତ ପଢ଼ନ୍ତୁ..

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଦେଶର ପାଞ୍ଚଟି ସ୍ଥାନରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏସବୁ ମଧ୍ୟରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଉପରେ ସାରା ଦେଶର ନଜର ରହିଛି । କାହିଁକିନା ନିର୍ବାଚନ ପୂର୍ବରୁ ହିଁ ଅନେକ ନେତା ନିଜ ଦଳ ଛାଡ଼ି ଅନ୍ୟଦଳରେ ଯାଇ ସାମିଲ ହେଉଛନ୍ତି । ସେପଟେ ଉତ୍ତରପ୍ରଦେଶ ରାଜନୀତିକୁ ନେଇ କୃଷକ ନେତା ରାକେଶ ଟିକାୟତ ମଧ୍ୟ ବଡ଼ ବୟାନ ଦେଇଥିଲେ । ତେବେ ନିର୍ବାଚନ ଯେତିକି ପାଖେଇ ଆସିବ ଶାସକ ଦଳକୁ ହିନ୍ଦୁ-ମୁସଲମାନ ଆଉ ଜିନ୍ନାଙ୍କ କଥା ମନେ ପଡ଼ିବ । ସେମାନେ ଏସବୁକୁ ନେଇ ହିଁ ରାଜନୀତି କରିଥାନ୍ତି । କିନ୍ତୁ କୃଷକମାନେ ତାଙ୍କର ଏପରି ରାଜନୀତିରୁ ଦୂରରେ ରହିବା ପାଇଁ ଉପଦେଶ ଦେଇଥିଲେ । କେବଳ କୃଷକ ନୁହଁନ୍ତି ବରଂ ସାଧାରଣ ଲୋକମାନେ ମଧ୍ୟ ସରକାରଙ୍କ ଏପରି ରାଜନୀତିରୁ ଦୂରରେ ରହିବାକୁ ରାକେଶ ଟିକାୟତ କହିଛନ୍ତି । ସେପଟେ ଚଳିତଥର କିଏ ସରକାର ଗଠନ କରିବ ସେନେଇ ମଧ୍ୟ ରାକେଶ ଟିକାୟତ ପରୋକ୍ଷରେ ଆଭାସ ଦେଇଥିବାର ମଧ୍ୟ ଦେଖିବାକୁ ମିଳିଛି ।

ତେବେ ଲୋକମାନେ ଏପରି ଲୋକମାନଙ୍କୁ ଭୋଟ ଦେବେ ନାହିଁ, ଯେଉଁମାନେ ନିର୍ବାଚନ ପୂର୍ବରୁ ହିନ୍ଦୁ-ମୁସଲମାନ ଆଉ ଜିନ୍ନାଙ୍କ କଥା ମନେ ପକାଇଥାନ୍ତି । ଶାସକ ଦଳ ଚାଷୀମାନଙ୍କର ଫସଲକୁ ଅଧା ମୂଲ୍ୟରେ ବିକ୍ରି କରିବାକୁ ବାଧ୍ୟ କରୁଛନ୍ତି । ଯାହାଫଳରେ କୃଷକମାନେ ସରକାରଙ୍କ ଉପରେ ଖପ୍ପା ଅଛନ୍ତି । ଏପରିକି ଦୀର୍ଘ ୧୩ ମାସ ଧରି କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ କୃଷକମାନେ ରାଜଧାନୀ ଦିଲ୍ଲୀରେ ଧାରଣା ଦେଇଥିଲେ । ସେଥିରେ ଅନେକ କୃଷକ ପ୍ରାଣ ମଧ୍ୟ ହରାଇଥିଲେ । ତେଣୁ କୃଷକମାନେ କେଉଁ ସରକାରଙ୍କୁ ଆଣିଲେ ଭଲ ହେବ ତାହା ଜାଣିଛନ୍ତି ବୋଲି ରାକେଶ ଟିକାୟତ କହିଛନ୍ତି ।

Related Posts