ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନ ପାଖେଇ ଆସୁଛି । ଏନେଇ ସମସ୍ତ ଦଳ ନିଜର ପ୍ରାର୍ଥୀ ମଧ୍ୟ ଘୋଷଣା କରିବାରେ ଲାଗିଛନ୍ତି । କିନ୍ତୁ ସମାଜବାଦୀ ପାର୍ଟିର ମଙ୍ଗ ଧରିବଥିବା ଅଖିଳେଶ ଯାଦବ ଏଥର ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି । ଇତି ମଧ୍ୟରେ ଅଖିଳେଶ ଯାଦବ ମେନପୁରି ଜିଲ୍ଲାର କରହଲ ଆସନରୁ ବିଧାନସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ସେପଟେ ପ୍ରଥମ ଥର ପାଇଁ ଅଖିଳେଶ ଯାଦବ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି । ଏହାପୂର୍ବର କରହଲ ଆସନ ପିତା ମୁଲାୟମ ସିଂହଙ୍କ ନିର୍ବାଚନ ମଣ୍ଡଳୀ ଥିଲା । କରହଲ ବିଧାନସଭା ଆସନରେ ମୋଟ ଭୋଟର ୩ ଲକ୍ଷ ୭୧ ହଜାର ପାଖାପାଖି ଅଛନ୍ତି। ଏଠାରେ ୧ ଲକ୍ଷ ୪୪ ହଜାର ଯାଦବ, ୩୪ ହଜାର ଶ୍ୟାକିଆ, ୨୫ ହଜାର ରାଜପୁତ, ୩୩ ହଜାର ଜାତଭ, ୧୬ ହଜାର ପାଲ, ୧୪ ହଜାର ବ୍ରାହ୍ମଣ, ୧୪ ହଜାର ମୁସଲମାନ ଏବଂ ୧୦ ହଜାର ଲୋଧି ଭୋଟର ଅଛନ୍ତି । ଅନ୍ୟପଟେ ଅଖିଳେଶ ଯାଦବଙ୍କ ଏପରି ନିଷ୍ପତ୍ତି ପଛରେ ଦୁଇଟି କାରଣ ରହିଛି ବୋଲି ଅନୁମାନ କରାଯାଉଛି ।
ପ୍ରଥମରେ ଏସପିର ଏକ ବଡ଼ ଗଡ଼ ହୋଇଥିବାରୁ ସେମାନେ କେବଳ ନାମାଙ୍କନପତ୍ର ହିଁ ଦାଖଲ କରିବାକୁ ପଡ଼ିବ । କାହିଁକିନା କରହଲ ହେଉଛି ଏସପିର ଗଢ଼ । ୭ ଥର ନିର୍ବାଚନରେ ଏସପି ୬ ଥର ବିଜୟ ଲାଭ କରିଛି । ଫଳରେ ନିର୍ବାଚନ ପ୍ରଚାର ପାଇଁ ସେମାନଙ୍କୁ କରହଲ ରାସ୍ତାରେ ବୁଲିବା ଆବଶ୍ୟକ ନାହିଁ । ଏଭଳି ପରିସ୍ଥିତିରେ ସେ ସମଗ୍ର ରାଜ୍ୟରେ ଦଳ ପାଇଁ ସହଜରେ ପ୍ରଚାର କରିପାରିବେ। ଦ୍ୱିତୀୟ କାରଣ ହେଉଛି ମେନପୁରି ଜିଲ୍ଲାରୁ ପ୍ରତିଦ୍ୱନ୍ଦ୍ୱିତା କରି ସମଗ୍ର ପଶ୍ଚିମ ୟୁପିରେ ପ୍ରଭାବ ପକାଇପାରିବେ । ତେଣୁ ଅଖିଳେଶ କରହଲ ଆସନରୁ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଅନୁମାନ କରାଯାଉଛି ।