କୋରାପୁଟ ଜିଲ୍ଲା ସେମିଳିଗୁଡ଼ାରେ ଅଜଣା ରୋଗ; ୧୫ ଦିନରେ ଗଲାଣି ୭ ଜୀବନ, ଘଟଣାସ୍ଥଳରେ ପହଞ୍ଚିଲା ମେଡିକାଲ ଟିମ୍‌

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ ଆମ୍ବେଦକର ସାହିରେ ଗତ ୧୫ ଦିନ ହେବ ଅଜଣା ‌ରୋଗ ଦେଖାଦେଇଛି। ଏହି ରୋଗରେ ସାହିର ଆଜି ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ବିଗତ ୧୫ ଦିନରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ସାହିରୁ ୧୮ରୁ ଅଧିକ ଲୋକ ଏବେ ମଧ୍ୟ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ମୃତକମାନଙ୍କ ପରିଚୟ ମିଳିଥିବା ବେଳେ ସେମାନେ ହେଲେ ଜୋଶେଫ ବାଗ, ଦାନଗଡିଶାମ, ସୁନିଲ ଖୋସଲା, ଦୋହିତା କୂଳଦୀପ, ରାମ କୂଳଦିପ, ଚିଙ୍କୁ ଗଡଶାମ(୧୨) ଓ ଦାମ କୁଲଦୀପ (୩୫)ଙ୍କର ମୃତ୍ୟୁ ଘଟିଛି।

ତେବେ ଏନେଇ ସିଡିଏମଓ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ସେମିଳିଗୁଡ଼ା ବ୍ଲକ ଆମ୍ବେଦକର ସାହିରୁ ଅଜଣା ରୋଗରେ ୩ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଖବର ହସ୍ତଗତ ହୋଇଛି। ଘଟଣାସ୍ଥଳକୁ ଏକ ମେଡିକାଲ ଟିମ୍‌ ପଠାଯାଇଛି। ଏହି ଘଟଣାର ତଦନ୍ତ କରାଯିବ ଓ ସମସ୍ତ ରୋଗୀଙ୍କୁ ସଠିକ୍ ଚିକିତ୍ସା ଯୋଗାଇ ଦାଇଆଯିବ ବୋଲି ସେ କହିଛନ୍ତି। ତେବେ ଏହି ଘଟଣାକୁ ନେଇ ଏବେ କୋରାପୁଟ ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି ହୋଇଛି।

Related Posts