ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମଧ୍ୟପ୍ରଦେଶ ଛିନ୍ଦଓ୍ବାଡ଼ାରେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଛିନ୍ଦଓ୍ବାଡ଼ାରୁ ନରସିଂହପର ଯାଉଥିବା ସମୟରେ ତାଙ୍କ କାର୍କେଡ ସହ ଦୁର୍ଘଟଣା ଘଟିଛି। ଅବଶ୍ୟ ଏୟାରବ୍ୟାଗ୍ ଯୋଗୁଁ ଅଳ୍ପକେ ବର୍ତ୍ତିଯାଇଛନ୍ତି କେନ୍ଦ୍ରମନ୍ତ୍ରୀ। ତାଙ୍କୁ ସାମାନ୍ୟ ଆଘାତ ଲାଗିଛି। ହେଲେ ଏହି ଦୁର୍ଘଟଣାରେ ଘଟଣାରେ ଜଣକର ମୃତ୍ୟୁ ହୋଇଥିବାବେଳେ ତିନି ଜଣ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ଜନସମ୍ପର୍କ ପଦଯାତ୍ରା ପାଇଁ ଛିନ୍ଦଓ୍ବାଡ଼ାରୁ ନରସିଂହପୁର ଯାଉଥିଲେ। ହେଲେ ଯେତେବେଳେ ପ୍ରହ୍ଲାଦ ପଟେଲଙ୍କ କାର୍କେଡ ଛିନ୍ଦଓ୍ବାଡ଼ା-ଅମରଓ୍ବାଡା ରାସ୍ତାରେ ସିଙ୍ଗୋଡ଼ୀ ବାଇପାସ ଅତିକ୍ରମ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। କୁହାଯାଉଛି ଜଣେ ବାଇକ୍ ଚାଳକଙ୍କୁ ବଞ୍ଚାଇବା ସମୟରେ ଏଭଳି ହୋଇଛି।
ଆଉ ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁହୋଇଛି ଏବଂ ତିନି ଜଣ ଆହତ ହୋଇଛନ୍ତି। ଘଟଣା ସୂଚନା ଦେଇ ଛିନ୍ଦଓ୍ବାଡ଼ା ଏସଡିଏମ ସୁଧୀର ଜୈନ କହିଛନ୍ତି ‘ମୃତ ବ୍ୟକ୍ତିଙ୍କ ନାମ ନିରଞ୍ଜନ। ଏହି ବ୍ୟକ୍ତିଙ୍କ ଦୁଇ ସନ୍ତାନ ଏବଂ ଅନ୍ୟ ଜଣେ ଆହତ ହୋଇଛନ୍ତି। ଆହତଙ୍କୁ ନାଗପୁର ମେଡିକାଲ କଲେଜ ପଠାଯାଇଛି। ଦୁର୍ଘଟଣାରେ ସଂପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହୋଇଥିବା ଫର୍ଚ୍ୟୁନର କାର୍ର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରୁ ଦୁର୍ଘଟଣାର ଭୟଭୟତା ଦେଖାଯାଇପାରେ ଧକ୍କା ଏତେ ଜୋର୍ରେ ଥିଲା ଯେ, କାର୍ର ଅଗ୍ରଭାଗ ସଂପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହୋଇଛି।
ସୂଚନାଥାଉକି, ମଧ୍ୟ ପ୍ରଦେଶରେ ନିର୍ବାଚନୀ ପ୍ରଚାର ଜୋରଦାର୍ ଜାରି ରହିଛି। ରାଜ୍ୟର ୨୩୦ ବିଧାନସଭା ସିଟ୍ ପାଇଁ ନଭେମ୍ବର ୧୭ରେ ଭୋଟ୍ ଦେବେ। ଏଥର ନିର୍ବାଚନରେ ବିଜେପି କେନ୍ଦ୍ରମନ୍ତ୍ରୀଙ୍କୁ ନରସିଂହପୁରରୁ ମଇଦାନକୁ ଓହ୍ଲାଇଛି।