ମୋବାଇଲ୍ ଫୋନ୍ ବ୍ୟବହାରକୁ ନେଇ ଉଦ୍ଧବ ସରକାରଙ୍କ ନୂଆ ନିୟମ – ” ସରକାରୀ କାର୍ଯ୍ୟ ପାଇଁ ଲ୍ୟାଣ୍ଡଲାଇନ ବ୍ୟବହାର କରନ୍ତୁ, କଲ୍ ବଦଳରେ ଟେକ୍ସଟ୍ କରନ୍ତୁ ଓ ବିନମ୍ର ହୁଅନ୍ତୁ”

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ସରକାରୀ କାର୍ଯ୍ୟରେ ମୋବାଇଲ୍ ଫୋନ୍ ବ୍ୟବହାରକୁ ନେଇ ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାର ନୁଆ ନିୟମ ଲାଗୁ କରିଛନ୍ତି। ଏଣିକି କର୍ମଚାରୀ ଏବଂ ଅଧିକାରୀ ମାନେ ସରକାରୀ କାର୍ଯ୍ୟ ପାଇଁ  ମୋବାଇଲ ଫୋନ ପରିବର୍ତ୍ତେ ଯଥାସମ୍ଭବ ଲ୍ୟାଣ୍ଡଲାଇନ ବ୍ୟବହାର କରବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏବଂ ଭଏସ୍ କଲ୍ ପରିବର୍ତ୍ତେ ଟେକ୍ସଟ୍ ମେସେଜ୍ ଉପରେ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । 

 ମୁଖ୍ୟମନ୍ତ୍ରୀ ଠାକରେଙ୍କ ଅଧୀନରେ ଥିବା ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ 23 ଜୁଲାଇରେ ଏ ସମ୍ପର୍କରେ ଏକ ସରକାରୀ ବିଜ୍ଞପ୍ତି ଜାରି କରିଛନ୍ତି।

 ଏହି ନିୟମ ଏପରି ଏକ ସମୟରେ ଆସିଛି ଯେତେବେଳେ ଦେବେନ୍ଦ୍ର ଫଡନାଭିସ୍ ଙ୍କ ବିଜେପି ସରକାର କ୍ଷମତାରେ ଥିବାବେଳେ ଜନ ପ୍ରତିନିଧୀମାନେ ସେମାନଙ୍କ ଫୋନ୍ ଟ୍ୟାପ୍ କରୁଥିବା ଅଭିଯୋଗ କରୁଛନ୍ତି। ପୁଣି ବର୍ତ୍ତମାନ ସମୟରେ ପେଗାସସ୍ ସ୍ପାଇୱୟାର ଜରିଆରେ ଭାରତୀୟ ରାଜନେତା, ପ୍ରଶାସକ , ବ୍ୟବସାୟୀ, ସାମ୍ବାଦିକ ଏବଂ ବଡ ବଡ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଗୁଇନ୍ଦାଗିରି ଖବର ସାମ୍ନାକୁ ଆସିଛି ।

 କିନ୍ତୁ ସାଧାରଣ ପ୍ରଶାସନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଜାସୁସି ଏବଂ ଫୋନ୍ ଟ୍ୟାପ୍ ସହ ଜଡିତ ଆଶଙ୍କାକୁ ନେଇ ଏହି ବିଜ୍ଞପ୍ତି ଜାରି କରାଯାଇ ନାହିଁ ।

 ସେ କହିଛନ୍ତି, “ପେଗାସସ୍ ପ୍ରୋଜେକ୍ଟ ଖବର ଆସିବାର ବହୁ ପୂର୍ବରୁ ଆମେ ମୋବାଇଲ୍ ଫୋନ୍ ସମ୍ବନ୍ଧରେ ଏପରି ନିର୍ଦ୍ଦେଶନାମା ଆଣିବାକୁ ପ୍ରସ୍ତୁତ ହେଉଥିଲୁ।  ଏହାର ଏକ କାରଣ ହେଉଛି COVID-19 ମହାମାରୀ ହେତୁ ଏତେ ସଂଖ୍ୟକ ଲୋକ ଦୂରଦୂରାନ୍ତରେ କାର୍ଯ୍ୟ କରୁଥିବାବେଳେ ଏକ ସୌଜନ୍ୟ ବଜାୟ ରହିବ ।

  ଚଳିତ ମାସ ଆରମ୍ଭରେ ବିଭାଗ ପକ୍ଷରୁ ସରକାରୀ କର୍ମଚାରୀଙ୍କ ପାଇଁ ଭିଡିଓ କଲ୍ କିପରି କରାଯିବ ସେନେଇ ନିୟମ ଜାରି ହୋଇଥିଲା।

 ରାଜ୍ୟ ସରକାରଙ୍କ ରିଜୋଲ୍ୟୁସନରେ କୁହାଯାଇଛି ଯେ ଏହି ନିର୍ଦ୍ଦେଶାବଳୀ ଜାରି ହେବାର କାରଣ ହେଉଛି କିଛି ଲୋକ ପ୍ରୋଟୋକଲ ଅନୁସରଣ କରୁନାହାଁନ୍ତି। ରିଜୋଲ୍ୟୁସନରେ କୁହାଯାଇଛି, “ଦେଖାଯାଉଛି ଯେ କିଛି ଅଧିକାରୀ ଏବଂ ସରକାରୀ କର୍ମଚାରୀ ମୋବାଇଲ୍ ଫୋନ୍ ବ୍ୟବହାର କରିବା ସମୟରେ ଆବଶ୍ୟକ ପ୍ରୋଟୋକଲ୍ ପାଳନ କରନ୍ତି ନାହିଁ।  ଏଭଳି ଆଚରଣ ଯୋଗୁଁ ସରକାରଙ୍କ ଭାବମୂର୍ତ୍ତି ଖରାପ ହୁଏ।

 ନିର୍ଦ୍ଦେଶାବଳୀରେ ଆହୁରି ମଧ୍ୟ କୁହାଯାଇଛି ଯେ ଅଫିସ୍ ସମୟରେ ଜରୁରୀ ଆବଶ୍ୟକତା ପଡିଲେ କର୍ମଚାରୀମାନେ ମୋବାଇଲ୍ ଫୋନ୍ ବ୍ୟବହାର କରିବା ଉଚିତ୍, ନଚେତ୍ ଲ୍ୟାଣ୍ଡଲାଇନକୁ ପ୍ରାଥମିକତା ଦିଆଯିବା ଉଚିତ୍।  କର୍ମଚାରୀ ଏବଂ ଅଧିକାରୀମାନେ ମୋବାଇଲ୍ ଫୋନ୍ ବ୍ୟବହାର କରୁଥିବାବେଳେ ଠିକ୍ ଭାଷାରେ ଏବଂ କମ୍ ସ୍ୱରରେ କହିବେ ବୋଲି ଆଶା କରାଯାଉଛି ।

 ନିର୍ଦ୍ଦେଶାବଳୀରେ ଏହା ମଧ୍ୟ କୁହାଯାଇଛି ଯେ କର୍ମଚାରୀମାନେ ମୋବାଇଲ୍ ଫୋନରେ କଥାବାର୍ତ୍ତା କରିବା ସମୟରେ ଯୁକ୍ତିତର୍କ କରିବା ଉଚିତ୍ ନୁହେଁ ଏବଂ ସେମାନେ ନିଶ୍ଚିତ ହୁଅନ୍ତୁ ଯେ ସେମାନେ ଅସଂସଦୀୟ ଶବ୍ଦ ବ୍ୟବହାର କରୁନାହାଁନ୍ତି। ଭଏସ୍ କଲ୍ ଅପେକ୍ଷା ଟେକ୍ସଟ୍ ମେସେଜ ଉପରେ ଗୁରୁତ୍ବ ଦିଆଯିବ ଉଚିତ୍ ବୋଲି କୁହାଯାଇଛି ।

 ଏହା ବ୍ୟତୀତ କର୍ମଚାରୀମାନେ ଯଦିଓ ସେମାନେ ପୂର୍ବରୁ କାହା ସହ କଥା ହେଉଛନ୍ତି ତେବେ ଜନ ପ୍ରତିନିଧୀ ତଥା ବରିଷ୍ଠ ଅଧିକାରୀଙ୍କ ନିର୍ଦ୍ଦେଶକୁ ଅଗ୍ରାଧିକାର ଭିତ୍ତିରେ ନେବାକୁ କୁହାଯାଇଛି।

 ରିଜୋଲ୍ୟୁସନରେ କୁହାଯାଇଛି ଯେ ବରିଷ୍ଠ ଅଧିକାରୀଙ୍କ ସହ ବୈଠକରେ କର୍ମଚାରୀମାନେ ନିଜ ଫୋନକୁ ସାଇଲେଣ୍ଟ ରଖିବା ଉଚିତ ଏବଂ ଇୟରଫୋନ୍ ବ୍ଯବହାର କରିବା ଉଚିତ୍ ନୁହେଁ ଏବଂ ବୈଠକ ସମୟରେ ନିଜର ଫୋନ୍ ଚେକ୍ କରିବା ଉଚିତ୍ ନୁହେଁ।

Related Posts