ଟି-ସେତୁ ଉପରେ ଭୟଙ୍କର ଦୁର୍ଘଟଣା: ଦୁଇ ମୃତ, ଦୁଇ ଗୁରୁତର

ଆଠଗଡ : କଟକ ଜିଲ୍ଲା ବଡ଼ମ୍ବା ଥାନା ଗୋପିନାଥପୁର ଗାଁ ଟି-ସେତୁ ଉପରେ ଘଟିଛି ଏକ ମର୍ମତୁଦ ସଡ଼କ ଦୁର୍ଘଟଣା । ଦୁଇଟି ବାଇକ୍ ମୁହମୁହି ଧକ୍କା ହୋଇଛନ୍ତି । ଫଳରେ ଏହି ଦୁର୍ଘଟଣାରେ ୨ଜଣକ ମୃତ୍ୟୁ ଘଟିଥିବା ବେଳେ, ମୃତ ୨ ଗୁରୁତର ଆହତ ହୋଇଛନ୍ତି । ନୟାଗଡ଼ ଜିଲ୍ଲା କରବର ଗ୍ରାମର ଭାରତ ଜେନା ଏବଂ ତାଙ୍କର ୧୦ ବର୍ଷର ଝିଅ ସୁପ୍ରିୟା ଜେନା ବାଇକ୍ ଯୋଗେ ବନ୍ଧୁ ଘରକୁ ନିଜ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି ।

ବଡ଼ମ୍ବା ଗୋପାମଥୁରା ବାଙ୍କୀ ବୈଦେଶ୍ଵର ପଟୁ ଆସୁଥିବା ଅକ୍ଷୟ କୁମାର ନାୟକ ବାଇକ୍ ସହ ଧକ୍କା ହୋଇଥିଲା । ଟି -ସେତୁ ଉପରେ ବାଇକ୍ ମୁହାଁ ମୁହିଁ ଧକ୍କା ହେବା ଫଳରେ ସୁପ୍ରିୟା ଜେନା ଓ ଅକ୍ଷୟ କୁମାର ନାୟକ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଭରତ ଜେନା ଓ ସୁଜାତା ଜେନାଙ୍କୁ ଗୁରୁତର ଅବସ୍ଥାରେ ବଡ଼ମ୍ବା ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

ସୂଚନାଯୋଗ୍ୟ, ଡିସେମ୍ବର 20, 2021ରେ ମହାନଦୀ ଉପରେ ଓଡ଼ିଶାର ଦୀର୍ଘତମ ସେତୁ ଲୋକାର୍ପିତ ହୋଇଥିଲା। ଏହି ସେତୁଟିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଥିଲେ। । ୧୧୧କୋଟି ବ୍ୟୟରେ ନିର୍ମିତ ବହୁ ପ୍ରତିକ୍ଷିତ ବିକାଶର ସେତୁ ‘ଟି-ସେତୁ’ର ଉଦଘାଟନ ହୋଇଛି । ଏହି ହାଇଲେଭଲ ସେତୁ କଟକ ବଡ଼ମ୍ବା ନରସିଂହପୁରର ଗୋପିନାଥପୁର-ସିଂହନାଥ ପୀଠ ଓ ବୈଦ୍ୟେଶ୍ବରକୁ ସଂଯୋଗ କରିଛି । ଏହି ସେତୁ ହେବା ଦ୍ବାରା ୪୫ କିଲୋମିଟର ଦୂରତା କମିଛି । ଯାହାଦ୍ବାରା ଉପକୃତ ହେବେ ୫ ଲକ୍ଷ ଲୋକ । ସେତୁର ଲମ୍ବ ୩.୪ କିଲୋମିଟର ବା ୩ ହଜାର ୧୩୯ ମିଟର ।

Related Posts