ଗାଧୋଇ ଯାଇଥିବା ବେଳେ ନଦୀରେ ବୁଡ଼ି ଦୁଇ ଭାଇ ମୃତ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଗାଧୋଇବାକୁ ଯାଇଥିଲେ ଦୁଇ ଭାଇ କିନ୍ତୁ , ଗାଧେଇବା ବେଳେ ନଦୀ ସୁଅରେ ଭାସିଗଲେ । ଆଜି କଣାସ ଧାନକେରା ପଞ୍ଚାୟତ ନାଗଣ ଗାଁରେ ଏମିତି ଏକ ଦୁଃଖଦ ଘଟଣା ଘଟିଥିବା ସୂଚନା ମିଳିଛି । ପୁରୀ ଡେଲାଙ୍ଗ ବ୍ଲକ୍ ଧନକେରା ପଞ୍ଚାୟତର ନାଗଣ ଗାଁର ଦୁଇ ନାବାଳକ ଭାଇ ସକାଳୁ ସକାଳୁ ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ପ୍ରବଳ ବନ୍ୟା ପାଣି ଆସିଥିବା ବେଳେ ଦୁଇ ଭାଇଙ୍କର ଗୋଡ଼ ଖସି ଯାଇଥିଲା। ଦୁଇ ଜଣ ଯାକ ନଦୀ ସୁଅରେ ଭାସି ଯାଇଥିଲେ। ସେମାନଙ୍କୁ ହସ୍ପିଟାଲରେ ନିଆଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକଙ୍କ ମଧ୍ୟରୁ ଜଣେ ୭ ବର୍ଷର ହୋଇଥିବା ବେଳେ ଅନ୍ୟ ଜଣେ ୩ ବର୍ଷର ହୋଇଥିବା ଜଣାପଡ଼ିଛି ।

ଏହି ଦୁଇ ନାବାଳିକା ହେଉଛନ୍ତି ନାଗଣ ଗାଁର ସଦାଶିବ ପ୍ରଧାନଙ୍କ ପୁଅ ସତ୍ୟଜିତ୍ ଓ ଶୁଭଜିତ୍ । ଏହି ଦୁଇ ଭାଇ ସବୁଦିନ ଭଳି ଆଜି ମଧ୍ୟ ଲୁଣା ନଦୀକୁ ଗାଧୋଇବାକୁ ଯାଇଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଦୁହେଁ ପାଣିରେ ଭାସି ଯାଇଥିଲେ। ଦୁହିଁଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ପ୍ରଥମେ ଡେଲାଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରୁ ଦୁଇ ଭାଇଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

Related Posts