ରମାଦେବୀ ବିଶ୍ୱବିଦ୍ୟାଳୟର ଯୁକ୍ତ ୩ର ଦୁଇ ଦୃଷ୍ଟିହୀନ ଛାତ୍ରୀ ନିଖୋଜ: ପରିବାର ପକ୍ଷରୁ ଥାନାରେ ଅଭିଯୋଗ

ଭୁବନେଶ୍ୱର: ଦୁଇ ଦୃଷ୍ଟିହୀନ ଛାତ୍ରୀ ନିଖୋଜ | ରମାଦେବୀ ବିଶ୍ୱବିଦ୍ୟାଳୟରେ ଯୁକ୍ତ ୩ରେ ପାଠପଢୁଥିବା ଦୁଇ ଦୃଷ୍ଟହୀନ ଛାତ୍ରୀ ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ ହୋଇଛି | ଏନେଇ ଉଭୟଙ୍କ ପରିବାର ପକ୍ଷରୁ ଶହିଦ ନଗର ଥାନାରେ ଅଭିଯୋଗ ହୋଇଛି | ଅଭିଯୋଗକୁ ଭିର୍ତ୍ତି କରି ଖୋଳତାଡ଼ ଆରମ୍ଭ କରିଛି ପୁଲିସ୍‌।

ସୂଚନାଯୋଗ୍ୟ, ଦୁଇ ଦୃଷ୍ଟିହୀନ ଛାତ୍ରୀ ରମାଦେବୀ ବିଶ୍ୱବିଦ୍ୟାଳୟର ଯୁକ୍ତ ୩ର ଛାତ୍ରୀ। ସେମାନଙ୍କ ମଧ୍ୟରୁ ଜଣେ ଭୁବନେଶ୍ଵର ଉପକଣ୍ଠର ହୋଇଥିବା ବେଳେ ଅନ୍ୟ ଜଣେ ହଷ୍ଟେଲରେ ରୁହନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଘରୁ ପୁଲିସ୍‌ ଏକ ଚିଠି ଠାବ କରିବା ସହ ସେଥିରେ ବାହାରକୁ ଚାଲିଯିବା କଥା ଉଲ୍ଲେଖ ରହିଛି।

ସେହିଭଳି ହଷ୍ଟେଲରେ ରହୁଥିବା ଯୁବତୀଙ୍କ ହଷ୍ଟେଲ ରୁମ୍ ଯାଞ୍ଚ୍ ବେଳେ ସେ ଏକ ଚିପ୍ ଛାଡ଼ିକି ଯାଇଥିବା ଜଣାପଡ଼ିଛି। ଯେଉଁଥିରେ ସେ ନିଜ ଯିବା ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଉଭୟ ଛାତ୍ରୀ ଏକ ସଙ୍ଗେ କୁଆଡ଼େ ପଳାଇଛନ୍ତି, ନା ଭିନ୍ନ ଭିନ୍ନ ଭାବେ ଯାଇଛନ୍ତି, ଉଭୟଙ୍କ ନିଖୋଜ ପଛରେ ଆଉ କାହାର ହାତ ଅଛି କି, ସେନେଇ ସନ୍ଦେହ ପ୍ରକାଶ କରାଯାଉଥିବା ବେଳେ, ପୋଲିସ ତଦନ୍ତ ଆରମ୍ଭ କରିଛି |

Related Posts