(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଭୋଟରଙ୍କୁ ଲାଞ୍ଚ ଦେବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେଲେ ସାସଂଦ। ୨୦୧୯ରେ ତେଲେଙ୍ଗାନାର ମେହବୁବାବାଦ ଆସନରୁ ସେ ଟିଆର୍ଏସ୍ ଟିକେଟ୍ରେ ଲୋକସଭାକୁ ନିର୍ବାଚିତ ହୋଇଥିବା ମଲୋଥ କବିତା ଏବେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।
ନମପାଲୀରେ ସାଂସଦ ଓ ବିଧାୟକଙ୍କ ମାମଲାର ବିଚାର ପାଇଁ ଥିବା ଏକ ସ୍ୱତନ୍ତ୍ର କୋର୍ଟ ସାଂସଦ ମଲୋଥ କବିତାଙ୍କୁ ୬ ମାସ ଜେଲ୍ ଦଣ୍ଡ ଏବଂ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସାଂସଦ ମଲୋଥ କବିତା ଏହି ମାମଲାରେ ଦ୍ୱିତୀୟ ଅଭିଯୁକ୍ତ ଥିଲେ। ପ୍ରଥମ ଅଭିଯୁକ୍ତ ହେଉଛନ୍ତି ତାଙ୍କ ଦଳର ଜଣେ କର୍ମୀ ସୌକତ ଅଲି। ସେ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ଏବଂ ତାଙ୍କୁ ମଧ୍ୟ ୬ ମାସ ଜେଲ୍ ଦଣ୍ଡାଦେଶ ଶୁଣାଇଯାଇଥିବା ବେଳେ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ କୁହାଯାଇଛି। ତେବେ ଉଭୟ ସାଂସଦ ମଲୋଥ କବିତା ଓ ତାଙ୍କ ସହଯୋଗୀ ସୌକତ ଅଲୀଙ୍କୁ କୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି।ଏହି ମାମଲାରେ ମାଲୋଥ କବିତା ଏବେ ତେଲେଙ୍ଗାନା ହାଇକୋର୍ଟକୁ ଯିବେ।
ଏହି ଘଟଣା ପ୍ରଥମେ ସାମ୍ନାକୁ ଆସିଥିଲା ଯେତେବେଳେ 2019 ମସିହାରେ ଫ୍ଲାଇଂ ସ୍କ୍ୱାଡ୍ ଅଧିକାରୀମାନେ ସାଂସଦଙ୍କ ସହଯୋଗୀ ଶୌକତ ଅଲିଙ୍କୁ ଭୋଟରଙ୍କୁ ୫୦୦ ଟଙ୍କିଆ ନୋଟ୍ ବାଣ୍ଟୁ ଥିବା ବେଳେ ଧରିଥିଲେ। କବିତାଙ୍କ ସପକ୍ଷରେ ଭୋଟ୍ ଦେବା ପାଇଁ ଲୋକଙ୍କୁ କହି ସେ ଟଙ୍କା ବାଣ୍ଟୁଥିଲେ। କୋର୍ଟରେ ମାମଲାର ଶୁଣାଣି ଚାଲିଥିବା ବେଳେ ସୌକତ ଅଲୀ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ସ୍ୱୀକାର କରିଥିଲେ। ସାଂସଦ ମଲୋଥ କବିତା ତାଙ୍କୁ ଟଙ୍କା ଦେଇଥିବା ସେ କହିଥିଲେ।
ଉଲ୍ଲେଖଯୋଗ୍ୟ, ଅପରାଧ ପାଇଁ ସ୍ୱତନ୍ତ୍ର ଅଧିବେଶନ କୋର୍ଟ ଦ୍ୱାରା ଜଣେ ସାଂସଦଙ୍କୁ ଦଣ୍ଡିତ କରାଯିବା ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ବିଜେପି ବିଧାୟକ ରାଜା ସିଂ ଏବଂ ଟିଆରଏସ ବିଧାୟକ ଡାନାମ ନାଗେଣ୍ଡରଙ୍କୁ ଜେଲ ଦଣ୍ଡ ମଧ୍ୟ ଦିଆଯାଇଥିଲା। ବୋଲାରମ୍ ପୋଲିସ୍ ଷ୍ଟେସନରେ ଜଣେ ପୋଲିସ୍ ଅଧିକାରୀଙ୍କୁ ଆକ୍ରମଣ କରିଥିବା ବେଳେ ରାଜ ସିଂ ଗିରଫ ହୋଇଥିବାବେଳେ ବନଜାରା ହିଲ୍ସ ପୋଲିସ୍ ଷ୍ଟେସନରେ ଜଣେ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରିବା ପାଇଁ ଦାନାମ ନାଗେଣ୍ଡର ଦୋଷୀ ସାବ୍ୟସ୍ତ ହୋଇଥିଲେ।