ଆଜି ମହାବିଷୁବ ସଂକ୍ରାନ୍ତି ବା ଓଡ଼ିଆ ନବବର୍ଷ

ଭୁବନେଶ୍ବର : ଆଜି ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଓ ଓଡ଼ିଆ ନବବର୍ଷ। ଆଜି ପଣା ସଂକ୍ରାନ୍ତି । ମନ୍ଦିର ,ଘରେ ସବୁଠାରେ ପଣା ପୂଜାର ବିଧି ରହିଛି। ଏଥିସହିତ ଏହି ଦିନଟି ଶ୍ରୀ ହନୁମାନଙ୍କ ଜୟନ୍ତୀ ଭାବେ ପାଳନ ହୋଇଥାଏ। ଏଥିସହ ସହରରେ ପାରମ୍ପରିକ ଯାଗା ଆଖଡ଼ାରେ ହନୁମାନ ଇଷ୍ଟଦେବ ରୂପେ ପୂଜା ପାଉଥିବାରୁ ଏଠାରେ ହନୁମାନ ଜୟନ୍ତୀକୁ ବେଶ୍ ଆଗ୍ରହ ଉତ୍ସାହର ସହ ପାଳନ କରାଯାଉଛି।

ସେହିପରି ଯାଗା ଆଖଡ଼ାରେ ମଲ୍ଲଯୋଦ୍ଧା ଓ କସରତ କରୁଥିବା ଯୁବକମାନେ ଆଜିଠାରୁ କୁସ୍ତି ଓ ବ୍ୟାୟାମ ପ୍ରଶିକ୍ଷଣର ଶୁଭାରମ୍ଭ କରିଛନ୍ତି। ତେବେ ଆଜିର ଦିନରେ ଶ୍ରୀକ୍ଷେତ୍ରରେ ସ୍ୱତନ୍ତ୍ର ପଣା ଓ ଛତୁଆ ଭୋଗର ପରମ୍ପରା ମଧ୍ୟ ରହିଛି। ଯାଗା ଆଖଡ଼ା ଗୁଡ଼ିକରେ କ୍ଷୀର, ଖୁଆ, ରାବିଡ଼ି ଓ ସର ମିଶ୍ରିତ ପଣା ସହ ଛତୁଆକୁ ଭୋଗ କରାଯାଇ ସମସ୍ତଙ୍କୁ ବଣ୍ଟନ କରାଯାଏ।

ଆଜି ମା ଶାରଳା ଙ୍କ ପୀଠରେ ପାଳିତ ହେଉଛି ଝାମୁ ଯାତ୍ରା । ପୂର୍ବ ନିର୍ଦ୍ଧାରିତ ନୀତି ଅନୁସାରେ, ସକାଳୁ ମା ଙ୍କର ଦେଵନୀତି ସମ୍ପନ୍ନ ହେବା ସହ ଦିନ ୧୨ଟା ବେଳେ ମାଙ୍କୁ ଏକ ସୁସଜିତ ବିମାନରେ ନଣ୍ଡା ଦେଉଳ ନିକଟସ୍ଥ ଚରକି ପଡିଆକୁ ନିଆଯିବ । ସେଠାରେ ମୀନ ସଂକ୍ରାନ୍ତି ଠାରୁ ଗାଁ ଗାଁ ବୁଲି ମା ଙ୍କର ମହିମା ପ୍ରଚାର କରୁଥିବା ଘଟ ସେବକ ମାନେ ଆଜି ବ୍ରତ ଶେଷ କରି ମା ଙ୍କ ଆଗରେ ନିଆଁ ରେ ଚାଲି ଅଗ୍ନି ପରୀକ୍ଷା ଦେବେ । କୋଭିଡ କଟକଣା ଯୋଗୁ ଦୁଇ ବର୍ଷ ହେଲା ଝାମୁ ଯାତ୍ରାରେ ଶ୍ରଦ୍ଧାଳୁ ମାନଙ୍କର ଦର୍ଶନ କରିପାରିନଥିବା ବେଳେ ଚଳିତ ବର୍ଷ କଟକଣା ଉଠି ଯାଇଥିବାରୁ ଆଜି ଦୂର ଦୁରନ୍ତରରୁ ଶ୍ରଦ୍ଧାଳୁ ମାନନଙ୍କର ଅଧିକ ସମାଗମ ହେବାର ଆଶା କରା ଯାଉଛି । ଶ୍ରଦ୍ଧାଳୁ ମାନଙ୍କର ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Related Posts