ପଞ୍ଜାବବାସୀଙ୍କ ପାଇଁ ଆଜି ଐତିହାସିକ ନିଷ୍ପତ୍ତି ନେବେ ଭଗୱନ୍ତ ମାନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଜାବର ୧୭ ତମ ମୁଖ୍ୟମନ୍ତ୍ରୀ ଭାବରେ ଭଗୱନ୍ତ ମାନ ଶପଥ ଗ୍ରହଣ କରିଛନ୍ତି । ସେପଟେ ଶପଥ ଗ୍ରହଣର ଗୋଟିଏ ଦିନ ପରେ ହିଁ ଭଗୱନ୍ତ ମାନ ଆକ୍ସନ ମୋଡକୁ ଆସିଯାଇଛନ୍ତି । ତେବେ ଆଜି ସଂନ୍ଧ୍ୟାରେ ପଞ୍ଜାବବାସୀଙ୍କ ପାଇଁ ସେ ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏନେଇ ମାନ ଟ୍ୱିଟ କରି ସୂଚନା ଦେଇଛନ୍ତି । ଭଗୱନ୍ତ ମାନ କହିଛନ୍ତି, ପଞ୍ଜାବ ଇଚ୍ଛିହାସରେ କେହି ଆଜି ପର୍ଯ୍ୟନ୍ତ ଏପରି ନିଷ୍ପତ୍ତି ନେଇ ନାହାନ୍ତି ।

ମୁଁ ଖୁବ ଶୀଘ୍ର ଘୋଷଣା କରିବି । ଅନ୍ୟପଟେ ସେ କଣ ନିଷ୍ପତ୍ତି ନେବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ଏଥର ବିଧାନସଭା ନିର୍ବାଚନରେ କଂଗ୍ରେସର ଗଡ଼ କୁହାଯାଉଥିବା ପଞ୍ଜାବରେ କଂଗ୍ରେସକୁ ହରାଇ ଆମ ଆଦମି ପାର୍ଟି ସଂଖ୍ୟା ଗରିଷ୍ଠତା ହାସଲ କରିଛି । ଏହା ମଧ୍ୟରେ ଭଗୱନ୍ତ ମାନ ବିପ୍ଲବୀ ସହିଦ ଭଗତ ସିଂହଙ୍କ ଗାଁ ଖଟକର କଲାନରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ।

Related Posts