(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ପୁଣି ଥରେ ନିଜ ବୟାନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ତେବେ ଆସନ୍ତା ତ୍ରିପୁରା ନିର୍ବାଚନରେ ତୃଣମୂଳ କଂଗ୍ରେସ ନିଶ୍ଚିତ ରୂପେ ଜିତିବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାବି କରିଛନ୍ତି । ଏହା ସହ ପଶ୍ଚିମବଙ୍ଗରେ ସମସ୍ତ ନୀତିକୁ ତ୍ରିପୁରାରେ ଲାଗୁ କରାଯିବ ବୋଲି ବୋଲି ମମତା ସ୍ପଷ୍ଟ କରିଛନ୍ତି । ଏଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହଲରେ ହଇଚଇ ସୃଷ୍ଟି ହୋଇଯାଇଛି । ଅପରିପକ୍ଷେ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ତୃଣମୂଳ କଂଗ୍ରେସରେ ସାମିଲ ହେବା ପାଇଁ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି ।
ଅନ୍ୟପଟେ ପଶ୍ଚିମବଙ୍ଗର ପ୍ରାୟ ୨୦୦ ଲୋକ ଆଫଗାନିସ୍ତାନରେ ଫସି ରହିଛନ୍ତି ବୋଲି ମମତା ବାନାର୍ଜୀ ଗଣମାଧ୍ୟମ ନିକଟରେ କହିଥିଲେ । ତେବେ ଦାର୍ଜିଲିଂ, ତେରାଇ ଏବଂ କଲିମଙ୍ଗରୁ ସର୍ବାଧିକ ଲୋକ ସେଠାରେ ଫସି ରହିଛନ୍ତି ବୋଲି ମମତା ସ୍ପଷ୍ଟ କରିଛନ୍ତି । ଏନେଇ ପଶ୍ଚିମବଙ୍ଗର ମୁଖ୍ୟଶାସନ ସଚିବ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଏକ ଚିଠି ମଧ୍ୟ ଲେଖିଛନ୍ତି । ତେବେ ଖୁବ ଶୀଘ୍ର ସମସ୍ତଙ୍କୁ ଦେଶକୁ ଫେରାଇ ଅଣାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଶ୍ୱସ୍ତୀ ମିଳିଛି । ଅନ୍ୟପଟେ କିଛି ଦିନ ପୂର୍ବରୁ କଂଗ୍ରେସର ଇସ୍ତଫା ଦେଇ ତୃଣମୂଳ କଂଗ୍ରେସରେ ସାମିଲ ହୋଇଥିଲେ ସର୍ବ ଭାରତୀୟ ମହିଳା କଂଗ୍ରେସର ପୂର୍ବତନ ସଭାପତି ସୁସ୍ମିତା ଦେବ ।
ଏହା ଖବର ସାମ୍ନାକୁ ଆସିବା ପରେ କଂଗ୍ରେସକୁ ଶକ୍ତ ଝଟକା ମିଳିଥିଲା । ଅପରିପକ୍ଷେ ଟିଏମସିରେ ସାମିଲ ହେବା ସୁସ୍ମିତା କହିଛନ୍ତି ଯେ କଂଗ୍ରେସ ନେତୃତ୍ୱ ବିରୋଧରେ ମୋର କୌଣସି ଆପତ୍ତି ନାହିଁ । ସେ କହିଛନ୍ତି ଯେ ମୁଁ ମୋର ଇସ୍ତଫା ଅଗଷ୍ଟ ୧୫ରେ ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇଥିଲି ଏବଂ ୧୬ ଅଗଷ୍ଟରେ ମମତା ବାନାର୍ଜୀଙ୍କୁ ଭେଟି ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ । ବାସ୍ତବରେ ତୃଣମୂଳ କଂଗ୍ରେସ ନିଜ ରାଜ୍ୟ ଛାଡି ସମଗ୍ର ଦେଶର ତା’ର ରାଜନୀତି ସିକ୍କା ଚମକାଇବା ପାଇଁ ଚେଷ୍ଟା କରୁଛି । ଏବଂ ଶାସକ ଦଳର ମୁଖ୍ୟ ବିରୋଧ ଦଳ ହେବା ପାଇଁ କେଉଁଠି ନା କେଉଁଠି ଉଦ୍ୟମ ଜାରି ରଖିଛି ।