ଏପ୍ରିଲ ୨୮ ତାରିଖରୁ ଅଫଲାଇନରେ ହେବ ଯୁକ୍ତ ଦୁଇ ଦ୍ୱାଦଶ ପରୀକ୍ଷା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆସନ୍ତା ଏପ୍ରିଲ ୨୮ ତାରିଖରୁ ଅଫଲାଇନରେ ହେବ ଯୁକ୍ତ ଦୁଇ ଦ୍ୱାଦଶ ପରୀକ୍ଷା । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟରେ ଏଥର ମୋଟ୍ ୩ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ଜଣାଯାଇଛି। ଏଥର ଅଫଲାଇନ୍ ମୋଡରେ ପରୀକ୍ଷା ହେବ। ତେବେ ଖରାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଦିନ । ସକାଳ ୯ଟାରୁ ଗୋଟିଏ ସିଟିଂରେ ପରୀକ୍ଷା କରାଯିବ।

ତେବେ କରୋନା କାରଣରୁ କିଛିଟା କୋହଳ କରାଯାଇଛି ପରୀକ୍ଷା ବ୍ୟବସ୍ଥାରେ। ତାହା ଅନୁଯାୟୀ ନିଜ ଶିକ୍ଷକମାନଙ୍କ ଦ୍ୱାରା ସମସ୍ତ ପ୍ରାକ୍ଟିକାଲ ପରୀକ୍ଷା କରାଯିବ। ବାର୍ଷିକ ପରୀକ୍ଷାର ୮୦ ପ୍ରତିଶତ ଓ କ୍ୱାର୍ଟର ଏଣ୍ଡରେ ହୋଇଥିବା ପରୀକ୍ଷାର ୨୦ ପ୍ରତିଶତ ମାର୍କକୁ ହିସାବକୁ ନିଆଯିବ ବୋଲି ଜଣାଯାଇଛି। ଯେଉଁଥିରେ ଅଧିକ ମାର୍କ ଥିବ, ତାକୁ ଗୂଡ଼ାନ୍ତ ଭାବେ ଗ୍ରହଣ କରାଯିବ।

Related Posts