ଭୁବନେଶ୍ୱର,୨/୯(ସତ୍ୟପାଠ ବ୍ୟୁରୋ): ଓଡିଶାରେ ପ୍ରତିଷ୍ଠା ହେବନି ହାଇକୋର୍ଟ ବେଞ୍ଚ । ବର୍ତମାନ ସମୟରେ ଏହାର କିଛି ଯଥାର୍ଥତା ନାହିଁ । ବିଧାନସଭାରେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ପ୍ରଶ୍ନରେ ଏପରି କିଛି ଇଙ୍ଗିତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଆଜି ବିଧାନସଭାରେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓ ବଲାଙ୍ଗୀରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ପ୍ରଶ୍ନ ପଚାରିଥିଲେ ।
ଯାହାର ଲିଖିତ ଭାବେ ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି କି, ଓଡିଶାରେ କୌଣସି ସ୍ଥାନରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାର ଯଥାର୍ଥତା ନାହିଁ । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ଦୀର୍ଘ ଦିନ ହେବ ଦାବି କରିଆସୁଛନ୍ତି ପଶ୍ଚିମ ଓଡ଼ିଶାବାସୀ। ଏନେଇ ଅନେକ ଦିନ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ ମଧ୍ୟ ହୋଇଥିଲା।