ସମସ୍ତଙ୍କ ଆଗରେ ମହିଳା ଆଇନଜୀବୀଙ୍କୁ ନିସ୍ତୁତ ପଟିଲେ ଯୁବକ; ଭାଇରାଲ ହେବାରେ ଲାଗିଛି ଭିଡିଓ..

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସମସ୍ତଙ୍କ ଆଗରେ ମହିଳା ଆଇନଜୀବୀଙ୍କୁ ନିସ୍ତୁତ ପଟିଲେ ଯୁବକ । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକ ବାଗଲକୋଟରେ । ସେପଟେ ମାରପିଟ୍ ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଜମିଜମା ବିବାଦକୁ କେନ୍ଦ୍ରକରି ମହନ୍ତେଶ ନାମକ ଜଣେ ବ୍ୟକ୍ତି ଦିନ ଦ୍ୱିପ୍ରହରରେ ମହିଳା ଆଇନଜୀବୀଙ୍କୁ ନିସ୍ତୁକ ମାଡ ମାରିଛନ୍ତି । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ସବୁଠି ଚର୍ଚ୍ଚା ଜୋର ହେଉଛି । ଏହି ଭିଡିଓ ଆଧାରରେ ବାଗଲକୋଟ ପୋଲିସ ମହନ୍ତେଶକୁ ଗିରଫ କରିଛି । ମହନ୍ତେଶ ଏବଂ ଆଇନଜୀବୀ ଜଣଙ୍କ ଉଭୟ ପଡୋଶୀ ।

ଭିଡିଓରେ ଦେଖାଯାଇଥିବା ଦୃଶ୍ୟରେ ମହନ୍ତେଶ ରାଗିଯାଇ ଜୋର ଜବରଦସ୍ତି ମହିଳାଙ୍କ ଉପରେ ଆକ୍ରମଣ କରୁଛନ୍ତି । ଏହି ଘଟଣା ସମସ୍ତଙ୍କ ସାମ୍ନାରେ ଘଟୁଥିଲେ ବି ମହିଳାଙ୍କୁ ରକ୍ଷା କରିବାକୁ କେହି ବି ଆସିନଥିଲେ । ବରଂ କିଛି ଲୋକ ସେଠାରେ ଏକାଠି ହୋଇ ଘଟଣାଟିକୁ ନିଜ ମୋବାଇଲରେ କଏଦ କରିବାରେ ବ୍ୟସ୍ତ ଥିଲେ । ବ୍ୟକ୍ତିଗତ ଶତ୍ରୁତାକୁ ନେଇ ଦୁହିଁଙ୍କ ମଧ୍ୟରେ ଏପରି ମାଡଗୋଳ ହୋଇଥିବା କୁହାଯାଉଛି । ପ୍ରଥମେ ଦୁହିଁଙ୍କ ମଧ୍ୟରେ ବଚସା ଓ ତା’ପରେ ମହାନ୍ତେଶ ମହିଳାଙ୍କୁ ଗୋଇଠା, ଚାପୁଡା ମାରିଥିଲେ ।

Related Posts