ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ମଧ୍ୟରେ ବର୍ଷ ବର୍ଷର ବିବାଦର ଘଟିଲା ଅନ୍ତ

ନୂଆଦିଲ୍ଲୀ: ବର୍ଷ ବର୍ଷ ଧରି ଥିବା ବିବାଦର ଘଟିଲା ଅନ୍ତ । ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡ ମଧ୍ୟରେ ଜାରି ରହିଥିବା ବିବାଦର ଅନ୍ତ ଘଟିଛି। ଅଲକନନ୍ଦା ହୋଟେଲ ଉତ୍ତରାଖଣ୍ଡ ସରକାରକୁ ମିଳିଥିବା ବେଳେ ଭାଗିରଥୀ ହୋଟେଲ ୟୁପି ସରକାରଙ୍କୁ ମିଳିଛି। ଦୁଇ ସରକାର ମିଶି ଏହି ବିବାଦର ସମାଧାନ ବାହାର କରିଛନ୍ତି। ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡ ମଧ୍ୟରେ ସମ୍ପତ୍ତିର ଭାଗବଣ୍ଟାକୁ ନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମୀଙ୍କ ମଧ୍ୟରେ ବୈଠକ ପରେ ଏକ ମିଳିତ ବୟାନ କରି ବିବାଦର ସମାଧାନ ହୋଇଥିବା ସୂଚନା ଦେଇଛନ୍ତି।

ୟୁପି-ଉତ୍ତରାଖଣ୍ଡ ମଧ୍ୟରେ ସମ୍ପତ୍ତି ବିବାଦକୁ କେବଳ ୨୦ ମିନିଟରେ ସମାଧାନ କରାଯାଇଥିବା ମୁଖ୍ୟମନ୍ତ୍ରୀ ଧାମୀ କହିଛନ୍ତି। ଏହାସହ ଅଲକନନ୍ଦା ହୋଟେଲ ଉତ୍ତରାଖଣ୍ଡ ସରକାରଙ୍କୁ ମିଳିଥିବା ସେ କହିଛନ୍ତି।

ଏହାସହ ଦଶନ୍ଧି ଧରି ଚାଲିଥିବା ବିବାଦର ସମାଧାନ ପାଇଁ ଯୋଗୀଙ୍କ ପ୍ରୟାସ ଏବଂ ଟ୍ରିପଲ ଇଞ୍ଜିନ ସରକାରଙ୍କୁ ଶ୍ରେୟ ଦେଇଛନ୍ତି। ଅନ୍ୟପଟେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସିଏମ ଯୋଗୀ କହିଛନ୍ତି, ୟୁପି ସରକାରକୁ ଭାଗିରଥୀ ହୋଟେଲ ମିଳିଛି। ଦୁଇ ରାଜ୍ୟର ସହମତିରେ ସମାଧାନ ବାହାର କରାଯାଇଛି, ଏହା ଅନୁସାରେ ଉତ୍ତରାଖଣ୍ଡ ସରକାର ୟୁପି ସରକାରଙ୍କୁ ଜମି ପ୍ରଦାନ କରିବେ ଏବଂ ସେହି ଜମିରେ ୟୁପି ସରକାର ନୂଆ ପର୍ଯ୍ୟଟନ ଆବାସ ନିର୍ମାଣ କରିବେ।

Related Posts