ମଙ୍କିପକ୍ସ ଭୟ: ଆସନ୍ତା ୨୩ ତାରିଖରେ ଜରୁରୀ ବୈଠକ ଡାକିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ : ସମଗ୍ର ବିଶ୍ଵରେ ଏବେ ମଙ୍କିପକ୍ସ ଭୟ । ଯାହାକୁ ନେଇ ସାରା ବିଶ୍ବରେ ବଢୁଛି ଚିନ୍ତା । ସଂକ୍ରମଣ ବଢୁଥିବା ବେଳେ, ମଙ୍କିପକ୍ସକୁ ହେଲ୍ ଥ ଏମର୍ଜେନ୍ସି ଘୋଷଣା କରିପାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, WHO। ମଙ୍କିପକ୍ସକୁ ହେଲ୍ ଥ ଏମର୍ଜେନ୍ସି ଘୋଷଣା ସଂପର୍କରେ ଆସନ୍ତା ୨୩ ତାରିଖରେ ଜରୁରୀ ବୈଠକ ଡାକିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ମଙ୍କିପକ୍ସକୁ ଚିନ୍ତାଜନକ ବୋଲି କହିଛନ୍ତି WHO ମୁଖ୍ୟ ।

୨୦୨୦ ଜାନୁଆରୀ ୩୦ରେ କରୋନାକୁ ହେଲଥ ଏମର୍ଜେନ୍ସି ଭାବେ ଘାେଷଣା କରିଥିଲା WHO । ବ୍ରିଟେନରୁ ଏଯାଏ ୪୭୦ ମଙ୍କିପକ୍ସ ରୋଗୀ ଚିହ୍ନଟ ହେଲେଣି । ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ପୁରୁଷ । ଗତ ସପ୍ତାହରେ WHO ସୂଚନା ଦେଇଥିଲା ଯେ ଏଯାଏ ୨୮ ଦେଶରୁ ୧୨୮୫ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବ୍ରିଟେନ୍ ପରେ ସ୍ପେନ୍, ଜର୍ମାନ ଏବଂ କାନଡାରୁ ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି ।

Related Posts