ତଦନ୍ତରେ ଉତ୍କୃଷ୍ଟତା ପାଇଁ ୧୫୨ ପୁଲିସ କର୍ମଚାରୀଙ୍କୁ ମିଳିବ କେନ୍ଦ୍ର ଗୃହମନ୍ତ୍ରୀଙ୍କ ମେଡାଲ୍, ଓଡ଼ିଶାର ୪ ଅଧିକାରୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର :  ତଦନ୍ତରେ ଉତ୍କର୍ଷତା ପାଇଁ ପୋଲିସ ଅଧିକାରୀଙ୍କୁ ମିଳିବ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ପକ୍ଷରୁ ମେଡାଲ୍ । ୨୦୨୧ ପାଇଁ ମୋଟ୍ ୧୫୨ ଜଣଙ୍କୁ ପ୍ରଦାନ କରାଯିବାକୁ ଥିବାବେଳେ ଏହି ତାଲିକାରେ ଓଡ଼ିଶାର ୪ ଜଣ ପୋଲିସ ଅଧିକାରୀ ଅଛନ୍ତି । ଏମାନଙ୍କ ଭିତରେ ଦୁଇ ଜଣ ଇନିସପେକ୍ଟର ଓ ଦୁଇ ଜଣ ଏସଆଇ ଅଛନ୍ତି ।

ସୂଚନାଯୋଗ୍ୟ ଯେ ଅପରାଧର ଅନୁସନ୍ଧାନରେ ଉଚ୍ଚ ବୃତ୍ତିଗତମାନକୁ ପ୍ରୋତ୍ସାହିତ କରିବା ଏବଂ ଅନୁସନ୍ଧାନକାରୀଙ୍କ ଦ୍ବାରା ତଦନ୍ତରେ ଏହିପରି ଉତ୍କର୍ଷତାକୁ ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ ୨୦୧୮ ରୁ ଏହି ପଦକ ଦିଆଯିବା ଆରମ୍ଭ ହୋଇଥିଲା। 

ମେଡାଲ ପାଇବାକୁ ଥିବା ୪ଜଣ ‌ହେଲେ ଇନ୍ସପେକ୍ଟର ଦେବେନ୍ଦ୍ର କୁମାର ମଲ୍ଲିକ, ଇନ୍ସପେକ୍ଟର ଦେବେନ୍ଦ୍ର କୁମାର ବିଶ୍ବାଳ, ସବ- ଇନ୍ସପେକ୍ଟର ତୃପ୍ତି ରଞ୍ଜନ ନାୟକ ଏବଂ ସବ- ଇନ୍ସପେକ୍ଟର ଶ୍ରୀକାନ୍ତ ସାହୁ। 

କେନ୍ଦ୍ର ଗୃହ ମନ୍ତ୍ରାଳୟର ପଦକ ପାଇଥିବା ପୋଲିସ ଅଧିକାରୀଙ୍କ ଭିତରେ ସିବିଆଇର ୧୫ ଜଣ ଅଛନ୍ତି । ସେହିପରି ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରର ୧୧ ଜଣ ଲେଖାଏଁ ପୋଲିସ ଅଧିକାରୀ ଅଛନ୍ତି । ଉତ୍ତରପ୍ରଦେଶରେ ୧୦ ଜଣ, କେରଳ ଓ ରାଜସ୍ଥନରୁ ୯ ଜଣ , ତାମିଲନାଡୁର ୮, ବିହାରରୁ ୭ ଏବଂ ଗୁଜରାଟ, କର୍ଣ୍ଣାଟକ ଓ ଦିଲ୍ଲୀ ପୋଲିସର ୬ ଜଣ ଲେଖାଏ ଅଧିକାରୀ ଅଛନ୍ତି । ମୋଟ୍ ୨୮ ଜଣ ମହିଳା ପୋଲିସ ଅଧିକାରୀଙ୍କୁ ବି ତଦନ୍ତରେ ଉତ୍କର୍ଷତା ପାଇଁ ପ୍ରଦାନ କରାଯାଇଚି ପ୍ରଦାନ କରାଯାଇଛି କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ମେଡାଲ୍ ।

Related Posts