କେରଳରୁ ଚିହ୍ନଟ ହେଲା ମଙ୍କିପକ୍ସର ତୃୀତୟ ମାମଲା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କେରଳରେ ମଙ୍କିପକ୍ସର ଆଉ ଏକ ମାମଲା ମିଳିଛି। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବିନା ଜର୍ଜ ଏ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ରାଜ୍ୟରେ ମଙ୍କିପକ୍ସର ଏହା ତୃୀତୟ ମାମଲା ବୋଲି ସେ କହିଛନ୍ତି। ଏହି ଆକ୍ରାନ୍ତ ଜୁଲାଇ ୬ ତାରିଖ ଦିନ ୟୁଏଇରୁ ଫେରିଥିଲେ। ତାଙ୍କଠାରେ ଜୁଲାଇ ୧୩ ବେଳକୁ ଲକ୍ଷଣ ଦେଖା ଯାଇଥିଲା। ଏବେ ରୋଗୀଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କ ସନ୍ଧାନ କରାଯାଉଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ସେ ଆହୁରି କହିଛନ୍ତି ରାଜ୍ୟରେ ମଙ୍କିପକ୍ସର ୩ଟି ମାମଲା ଚିହ୍ନଟ ହୋଇଛି। ସବୁ ମାମଲାର ଟ୍ରାଭେଲ ହିଷ୍ଟ୍ରି ରହିଛି ଓ ସେମାନେ ବିଦେଶରୁ ଫେରିବା ପରେ ସେମାନଙ୍କ ଠାରେ ଲକ୍ଷଣ ପ୍ରକାଶ ପାଇଛି। ବିଦେଶରୁ ଫେରିଥିବା ବ୍ୟକ୍ତିଙ୍କ ଠାରେ ମଙ୍କିଫକ୍ସ ଲକ୍ଷଣ ଦେଖା ଦେବା ପରେ ତାଙ୍କୁ କେରଳର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଦେହରେ ଉଚ୍ଚ ତାପମାତ୍ରାର ଜ୍ୱର ସହ ଦେହରେ ଫୋଟକା ଥିଲା। ତାଙ୍କ ନମୁନା ସଂଗ୍ରହ କରି ଏନଆଇଭି ପଠାଯାଇଥିବା ବେଳେ ସେଠାରେ ମଙ୍କିପକ୍ସ ଥିବା ସ୍ପଷ୍ଟ ହୋଇଥିଲା।ଯେଉଁବ୍ୟକ୍ତିଙ୍କଠାରେ ମଙ୍କିପକ୍ସ ଚିହ୍ନଟ ହୋଇଛି ସେ ୟୁଏଇରେ ଏହି ରୋଗରେ ଆକ୍ରାନ୍ତ ଜଣେ ରୋଗୀଙ୍କ ନିକଟରେ ଥିଲେ। ପ୍ରଥମ ମାମଲା ମିଳିବାର ୪ ଦିନ ପରେ ଅର୍ଥାତ ଜୁଲାଇ ୧୮ ତାରିଖ ଦିନ ରାଜ୍ୟରେ ଦ୍ୱିତୀୟ ମାମଲା ମିଳିଥିଲା। ଏହି ବ୍ୟକ୍ତି ମଧ୍ୟ ଦୁବାଇରୁ ଫେରିଥିଲେ। ତାଙ୍କଠାରେ ମଧ୍ୟ ସମାନ ଲକ୍ଷଣ ଥିଲା ଓ ଉଭୟ ବିଦେଶରୁ ଫେରିବା ପରେ ଆକ୍ରାନ୍ତ ହୋଇଥିଲେ। ତେବେ ବିଶେଷଜ୍ଞଙ୍କ ଅନୁସାରେ ମଙ୍କିପକ୍ସକୁ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ। ଏହା କରୋନା ଭଳି ସଂକ୍ରାମକ ନୁହେଁ କି ଏହା ଅଧିକ ଜଟିଳ ମଧ୍ୟ ନୁହେଁ।

Related Posts