ତାଜମହଲର ଯେଉଁ ସ୍ଥାନରେ ନିର୍ମାଣ ହୋଇଛି ସେଠାରେ ଜୟପୁର ରାଜ ପରିବାରର ପ୍ରସାଦ ଥିଲା: ବିଜେପି ସାଂସଦ ଦିୟା କୁମାରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ତାଜମହଲକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ବିଜେପି ସାଂସଦ ଦିୟା କୁମାରୀ ବଡ଼ ବୟାନ ଦେଇଛନ୍ତି । ତେବେ ଯେଉଁ ସ୍ଥାନରେ ତାଜମହଲ ନିର୍ମାଣ ହୋଇଛି ସେଠାରେ ପୂର୍ବରୁ ଜୟପୁରର ରାଜ ପରିବାରର ପ୍ରାସାଦ ଥିଲା। ହେଲେ ଶାହଜାହାନ ଏହାକୁ ବଳପୂର୍ବକ କବଜା କରିନେଇଥିଲେ। ଅନ୍ୟପକ୍ଷରେ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଏକ ପିଟିସନ ଦାଖଲ କରାଯାଇଛି ଯେ ତାଜମହଲରେ ତାଲା ପଡିଥିବା ୨୨ଟି କୋଠରୀ ଖୋଲାଯିବା ଉଚିତ ଏବଂ ଏଏସଆଇ ଦ୍ୱାରା ଏହାର ଯାଞ୍ଚ କରାଯିବା ଉଚିତ। ତାଜମହଲରେ ହିନ୍ଦୁ ଦେବତାମାନଙ୍କର ମୂର୍ତ୍ତି ଅଛି ବୋଲି ମଧ୍ୟ ଆବେଦନପତ୍ରରେ ଦର୍ଶାଯାଇଛି।

ଏହି ଆବେଦନ ପରେ ନିର ପ୍ରତିକ୍ରିୟା ରଖି ପିଡିପି ଅଧ୍ୟକ୍ଷା ତଥା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି କହିଥିଲେ ଯେ, ଯଦି ବିଜେପିର ଦମ୍ ଅଛି, ତେବେ ତାଜମହଲ ଏବଂ ଲାଲକିଲ୍ଲାକୁ ମନ୍ଦିରରେ ପରିଣତ କରି ଦେଖାଅ। ତା’ପରେ ଦେଖିବା ଭାରତର କେତେ ଲୋକ ଏହାକୁ ଦେଖିବାକୁ ଆସିବେ। ତାଜମହଲ ବିବାଦ ଉପରେ ବିଜେପି ସାଂସଦ ଦିୟା କୁମାରୀ କହିଛନ୍ତି ଯେ ଆମ ପାଖରେ ଥିବା ଦଲିଲ ଅନୁଯାୟୀ ସେହି ଜମିରେ ଏକ ପ୍ରାସାଦ ଥିଲା। ହେଲେ ନିଜ ଶାସନକାଳରେ ଶାହଜାହାନ ଏହାକୁ ଜବରଦସ୍ତ ଦଖଲ କରିନେଇଥିଲେ। ଏହି ଜମି ଜୟପୁରର ରାଜ ପରିବାରର ଥିଲା। ଦିୟାଙ୍କ ଏଭଳି ଦାବି ତାଜମହଲ ବିବାଦରେ ନିଆଁରେ ଘିଅ ଢ଼ାଳିବା ଭଳି କାମ କରିଛି।

Related Posts