ଭାରତରେ ଦ୍ୱିତୀୟ ମଙ୍କିପକ୍ସ ପଜିଟିଭ ଚିହ୍ନଟ

କୁନ୍ନୁର: କରୋନା ପରେ ଏବେ ମଙ୍କିପକ୍ସ ଭୟ ସମସ୍ତଙ୍କୁ ଘାରିଥିବା ବେଳେ ଭାରତରେ ଦ୍ବିତୀୟ ମଙ୍କିପକ୍ସ ପଜିଟିଭ ଚିହ୍ନଟ ହୋଇଛି। ପ୍ରଥମଟି କେରଳର ଚିହ୍ନଟ ହୋଇଥିବା ବେଳେ ଦ୍ୱିତୀୟଟି ମଧ୍ୟ କୁନ୍ନୁରରୁ ଚିହ୍ନଟ କରାଯାଇଛି। ଦୁବାଇରୁ ଫେରିଥିବା ଜଣେ ୩୧ ବର୍ଷୀୟ ବ୍ୟକ୍ତିଙ୍କ ଠାରେ ସୋମବାର ମଙ୍କିପକ୍ସର ଲକ୍ଷଣ ଦେଖାଦେଇଛି। ବର୍ତ୍ତମାନ ତାଙ୍କୁ କୁନ୍ନୁର ସରକୀର ହସ୍‌ପିଟାଲ୍‌ରେ ରଖି ଚିକିତ୍ସା କରାଯାଉଛି।

ସଂକ୍ରମିତ ବ୍ୟକ୍ତି ଜଣଙ୍କ ମେ ୧୩ ତାରିଖରେ କୁନ୍ନୁରକୁ ଫେରିଥିଲେ। ହେଲେ ତାଙ୍କ ଠାରେ ଲକ୍ଷଣ ବିକଶିତ ହୋଇଥିଲା। ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କ ଉପରେ ନଜର ରଖାଯାଇଛି। ଜୁଲାଇ ୧୪ ତାରିଖରେ କେରଳର କୁଲ୍ଲାମ ଜିଲ୍ଲାରେ ଭାରତର ପ୍ରଥମ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଥିଲା। ଏହାପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏନେଇ ଗାଇଡ୍‌ଲାଇନ୍ ଜାରି କରାଯାଇଥିଲା। ଏହି ଗାଇଡ୍‌ଲାଇନ ଅନୁସାରେ ବିଦେଶ ଯାତ୍ରୀଙ୍କୁ ରୋଗୀଣା ଲୋକ ଜୀବିତ କିମ୍ବା ମୃତ ଜୀବଯନ୍ତୁଙ୍କ ସଂସ୍ପର୍ଶରେ ନ ଆସିବାକୁ ବାରଣ କରାଯାଇଥିଲା।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ଏପର୍ଯ୍ୟନ୍ତ ୬୦ଟି ଦେଶରୁ ୬,୦୦୦ ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଯଦି ଭଲଭାବରେ ପରୀକ୍ଷଣ କରାଯାଏ ତେବେ ଆହୁରି ଅଧିକ ସଂକ୍ରମିତ ଚିହ୍ନଟ ହୋଇପାରନ୍ତି ବୋଲି WHO କହିଛି। ମଙ୍କିପକ୍ସ ହେଉଛି ଏକ ଭାଇାଲ ଜୁନୋସିସ୍(ମଣିଷ ଠାରୁ ପଶୁକୁ ସଂକ୍ରମିତ ହୋଇପାରୁଥିବା) ହାଡ଼ଫୁଟି ଭଳି ତାର ଲକ୍ଷଣ ଦେଖାଦେଉଛି ।

Related Posts