
(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମନ କି ବାତରେ କରୋନା ବିରୁୁଦ୍ଧରେ ଲଢେଇ କରିବା ପାଇଁ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି । ତେବେ ୧୮ ବର୍ଷରୁ ଉର୍ଦ୍ଧ ବୟସ୍କଙ୍କ ପାଇଁ ଟିକା ଅନୁମତି ଦେବା ସହ ସମସ୍ତଙ୍କୁ ଟୀକାକରଣ ସହ ସମ୍ପୂର୍ଣ୍ଣ ଯତ୍ନ ନେବାକୁ ପଡିବ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମକୁ ଆରମ୍ଭ କରି କହିଥିଲେ, ଆଜି ମୁଁ ଆପଣଙ୍କ ସହିତ ମନ କୀ ବାତ୍ ଏପରି ଏକ ସମୟରେ କରୁଛି, ଯେତେବେଳେ କରୋନା ଆମ ସମସ୍ତଙ୍କ ଧୈର୍ଯ୍ୟ, ଆମ ସମସ୍ତଙ୍କ ଦୁଃଖ ସହ୍ୟ କରିବାର ପରୀକ୍ଷା ନେଉଛି। ଆମର ଆତ୍ମୀୟ ମାନେ ଆମକୁ ଛାଡି ଚାଲି ଯାଉଛନ୍ତି । କରୋନାର ପ୍ରଥମ ତରଙ୍ଗକୁ ସଫଳତାର ସହିତ ମୁକାବିଲା କରିବା ପରେ ଦେଶ ଆତ୍ମବିଶ୍ବାସରେ ଭରପୂର ରହିଥିଲା । କିନ୍ତୁ ୨ୟ ତରଙ୍ଗ ଦେଶକୁ ଦୋହଲାଇ ଦେଇଛି । ଏହା ସହ ନିମ୍ନ ଲିଖିତ ୬ ଟି ପଏଣ୍ଟ କୁ ଗୁରୁତ୍ୱ ଦେବା ସହ ପାଳନ କରିବା ପାଇଁ ଅନୁରୋଧ କରିଛନ୍ତି ।
*କରୋନା କାଳରେ, ଡାକ୍ତର, ବିଶେଷଜ୍ଞ ଏବଂ ବୈଜ୍ଞାନିକ ମାନେ ଯାହା ପରାମର୍ଶ ଦେଉଛନ୍ତି, ତାହାକୁ ଆମେ ଅଧିକ ଗୁରୁତ୍ୱ ଦେଇ ମାନିବା ।
*ଟୀକା ସମ୍ବନ୍ଧୀୟ ଗୁଜବରେ ବିଶ୍ୱାସ କରିବା ନାହିଁ।
*ମେ 1 ରୁ 18 ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଟିକାକୁ ଅନୁମତି ଦିଆଯାଇଛି ।
*ଡାକ୍ତର, ନର୍ସିଂ କର୍ମଚାରୀ, ଲ୍ୟାବ ଟେକ୍ନିସିଆନ, ଆମ୍ବୁଲାନ୍ସ ଡ୍ରାଇଭରମାନେ ଭଗବାନଙ୍କ ପରି ଅଟନ୍ତି ।
*ଅନେକ ଯୁବକ ସହରରେ ଆଗକୁ ଆସି ଆବଶ୍ୟକ କରୁଥିବା ଲୋକଙ୍କ ନିକଟରେ ପହଞ୍ଚିଛନ୍ତି ।
*ସମସ୍ତଙ୍କୁ ଟିକା ନେବାକୁ ପଡିବ ଏବଂ ସର୍ବଦା ମନେ ରଖିବାକୁ ହେବ – ‘ଡାୱାଇ ଭୀ, କାଦାଇ ଭି ।