ଇସ୍ତଫା ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଇସ୍ତଫା ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି ।ସେ ଆଜି ନିଜ ଇସ୍ତଫା ପତ୍ର ଲିଖିତ ଭାବେ ବାଚସ୍ପତିଙ୍କୁ ନିକଟକୁ ପଠାଇଛନ୍ତି। ଆସନ୍ତାକାଲି ବାଚସ୍ପତି ସାର୍ବଜନିନ ରୂପେ ଏନେଇ ଘୋଷଣା କରିବେ। ଏହି ଇସ୍ତଫା ପରଠାରୁ ଶ୍ରୀଲଙ୍କା ଉପରୁ ରାଜପକ୍ଷ ପରିବାରର ଶାସନ ହଟିଯିବ। ସେପଟେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଏବେ ଶ୍ରୀଲଙ୍କା ସୀମାରେ ନୌସେନା ଜାହାଜ ଭିତରେ ଲୁଚିଛନ୍ତି।

ଆସନ୍ତାକାଲି ଇସ୍ତଫାର ସାର୍ବଜନୀନ ଘୋଷଣା ପରେ ସେ ଦେଶ ଛାଡି ଚାଲିଯିବେ। ଆସନ୍ତା ଜୁଲାଇ ୨୦ ତାରିଖରେ ଶ୍ରୀଲଙ୍କାରେ ନୂଆ ରାଷ୍ଟ୍ରପତି ନିର୍ବାଚନ ହେବ। ଏନେଇ ସଂସଦ ଅଧ୍ୟକ୍ଷ ଅଭୟବର୍ଦ୍ଧନ ସୋମବାର ଘୋଷଣା କରିଛନ୍ତି। ଗୋଟାବାୟଙ୍କ ଇସ୍ତଫା ପରେ ରାଣିଲ ବିକ୍ରମସିଙ୍ଘେଙ୍କୁ ତତ୍‌କାଳ ରାଷ୍ଟ୍ରପତି କରାଯାଇପାରେ ବୋଲି ବିଶ୍ୱାସ କରାଯାଉଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିଛି ।

Related Posts