ପଞ୍ଜାବବାସୀ ଚମତ୍କାର ନିଷ୍ପତ୍ତି ନେଇଛନ୍ତି; ପରାଜୟ ପରେ ପ୍ରଥମଥର ମୁହଁ ଖୋଲି ଏପରି କହିଲେ ସିଦ୍ଧୁ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ ଆଦମି ପାର୍ଟି କଂଗ୍ରେସକୁ ମାତ ଦେଇ ଐତିହାସିକ ବିଜୟ ହାସଲ କରିଛି । ସେପଟେ ପରାଜୟ ପରେ ପ୍ରଥମଥର କରି ନବଜୋତ ସିଂହ ସିଦ୍ଧୁ ସାମ୍ନାକୁ ଆସିଛନ୍ତି । ତେବେ ଏକ ନୂତନ ବ୍ୟବସ୍ଥା ପାଇଁ ପଞ୍ଜାବାସୀଙ୍କର ଏହି ଉଦ୍ୟମକୁ ମୁଁ ଅଭିନନ୍ଦନ ଜଣାଉଛି । ଲୋକମାନେ ପରିବର୍ତ୍ତନ ବାଛିଛନ୍ତି ଏବଂ ସେମାନେ ଭୁଲ୍ କରନ୍ତି ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି, “ଲୋକମାନଙ୍କର ସ୍ୱର ହେଉଛି ଇଶ୍ୱରଙ୍କର ସ୍ୱର। ଆମେ ନମ୍ରତାର ସହିତ ବୁଝିବା ଏବଂ ଏହାକୁ ପ୍ରଣାମ କରିବା ଉଚିତ ବୋଲି ସିଦ୍ଧୁ କହିଛନ୍ତି । ଏହା ସହ ପଞ୍ଜାବର ଉନ୍ନତି ହେଉଛି ତାଙ୍କର ମିଶନ ଏବଂ ସେ ଏଥିରୁ କେବେ ବି ବିମୁଖ ହୋଇ ନାହାଁନ୍ତି। ମୁଁ ପଞ୍ଜାବରେ ଅଛି ଏବଂ ଏଠାରେ ରହିବି।

ଯେତେବେଳେ ଜଣେ ରାଜ୍ୟର ଉନ୍ନତି ଚାହିଁଥାଏ, ସେତେବେଳେ ଜିତିବା କିମ୍ବା ହାରିବା ବିଷୟରେ ସେହି ବ୍ୟକ୍ତି ଜଣକ ଚିନ୍ତା କରିନଥାଏ । ଲୋକଙ୍କ ସହ ମୋର ସମ୍ପର୍କ ସୀମିତ ନୁହେଁ, ଏହା ଆଧ୍ୟାତ୍ମିକ ଏବଂ ହୃଦୟର। ଲୋକଙ୍କ ସହ ମୋର ସମ୍ପର୍କ କେବଳ ନିର୍ବାଚନ ଜିତିବା ଏବଂ କ୍ଷତି ମଧ୍ୟରେ ସୀମିତ ନୁହେଁ। ମୁଁ ପଞ୍ଜାବର ଲୋକମାନଙ୍କ ମଧ୍ୟରେ ଭଗବାନଙ୍କୁ ଦେଖୁଛି ଏବଂ ସେମାନଙ୍କ କଲ୍ୟାଣରେ ମୋର କଲ୍ୟାଣ କରୁଛି ବୋଲି କଂଗ୍ରେସ ନେତା ନବାଜୋତ ସିଂହ ସିଦ୍ଧୁ କହିଛନ୍ତି । ସେପଟେ ୬ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ସିଦ୍ଧୁ ନିଜ ଅମୃତସର ଅସାନରୁ ଆମ ଆଦମି ପାର୍ଟି ଠାରୁ ହାରିଥିଲେ ।

Related Posts