ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ; ରିପୋର୍ଟ ଦାଖଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶ୍ରୀମନ୍ଦିର ଓ କୋଣାର୍କ ସୂର୍ଯ୍ୟମନ୍ଦିର ସୁରକ୍ଷା ମାମଲାରେ ଆଜି ଓଡ଼ିଶା ହାଇକୋର୍ଟରେ ଶୁଣାଣି ହୋଇଛି। ଶ୍ରୀମନ୍ଦିର ନାଟ୍ୟ ମଣ୍ଡପ ଓ ଜଗମୋହନ ମରାମତି ଆବଶ୍ୟକ ବୋଲି କୋର୍ଟ ମିତ୍ର ରିପୋର୍ଟ ଦେଇଛନ୍ତି। ଏ ନେଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି ହାଇକୋର୍ଟ। ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ମଧ୍ୟ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ୍ ତଲବ କରିଛନ୍ତି।

୧୯୮୦ ମସିହାରୁ କାହିଁକି ରତ୍ନ ଭଣ୍ଡାର ଖୋଲା ଯାଇନାହିଁ ସେ ନେଇ ଚାରି ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ କୋଣାର୍କ ମନ୍ଦିରରୁ ବାଲି କଢ଼ାଯିବା ନେଇ ହୋଇଥିବା ମାମଲାରେ ରିପୋର୍ଟ ଦାଖଲ କରିଛନ୍ତି କୋର୍ଟ ମିତ୍ର। ବାଲି କଢ଼ା କାର୍ଯ୍ୟ ଜାରି ରହିଛି ଓ ଏନେଇ ଖୁବଶୀଘ୍ର କୋର୍ଟରେ ଜବାବ୍ ଦାଖଲ କରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

Related Posts