ରାଜ୍ୟରେ ୮ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା,୨୪ ଘଣ୍ଟାରେ ଆଉ ୭୧୯ ପଜିଟିଭ୍, ୧୮ ବର୍ଷରୁ କମ୍ ୧୨୫ ଜଣ ସଂକ୍ରମିତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ କରୋନ ସଂକ୍ରମଣ ପୁଣି ଥରେ ଉପରମୁହାଁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଚିନ୍ତା ଜନକ। ଗତ ୨୪ ଘଣ୍ଟା ମଧ୍ୟରେ ୭୧୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୩ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କୋଭିଡ୍ ମୃତ୍ୟୁ ସଂଖ୍ୟା ୮୦୨୨ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । 

ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୧୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ଶୂନରୁ ୧୮ ବର୍ଷ ମଧ୍ୟରେ ୧୨୫ ଜଣ ରହିଛନ୍ତି । ତେବେ ୭୧୯ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪୨୨ଟି ମାମଲା ଚିହ୍ନଟ ହୋଇଥିବା ବେଳେ ୨୯୭ଟି ମାମଲା ସ୍ଥାନୀୟ ସଂକ୍ରମିତ ଥିବା ଜଣାପଡିଛି । ଖୋର୍ଦ୍ଧାରୁ ସର୍ବାଧିକ ୨୫୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୧୮, ବାଲେଶ୍ୱରରୁ ୪୩, ବରଗଡ଼ରୁ ୧, ଭଦ୍ରକରୁ ୧୯, ବଲାଙ୍ଗିରରୁ ୩, ବୌଦ୍ଧରୁ ୬, କଟକରୁ ୮୯, ଦେବଗଡ଼ରୁ ୯, ଢେଙ୍କାନାଳରୁ ୧୪, ଗଞ୍ଜାମରୁ ୫, ଜଗତସିଂହପୁରରୁ ୨୩, ଯାଜପୁରରୁ ୨୭, ଝାରସୁଗୁଡ଼ାରୁ ୨, କଳାହାଣ୍ଡିରୁ ୩, କନ୍ଧମାଳରୁ ୪, କେନ୍ଦ୍ରାପଡ଼ାରୁ ୨୮, କେନ୍ଦୁଝରରୁ ୧୩, କୋରାପୁଟରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ମୟୂରଭଞ୍ଜରୁ ୩୦, ନବରଙ୍ଗପୁରରୁ ଜଣେ, ନୟାଗଡ଼ରୁ ୧୧, ପୁରୀରୁ ୧୪, ରାୟଗଡ଼ାରୁ ୨, ସମ୍ବଲପୁରରୁ ୧୨, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୧୯ ଏବଂ ଷ୍ଟେଟପୁଲରୁ ୫୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । 

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦ ଲକ୍ଷ ୮ ହଜାର ୪୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୭ ହଜାର ୧୫୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯ ଲକ୍ଷ ୯୩ ହଜାର ୨୩୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୮୧୩୪୨୮୮ସାମ୍ପୁଲ ଟେଷ୍ଟ୍ ହୋଇଛି।

Related Posts